Latest Odisha News

BREAKING NEWS

ମନ୍ତ୍ରୀଙ୍କ ପୁଅ ପୋଲିସ ଆଗରେ ହାଜ‌ର ହେବା ପରେ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହାଜର ହେବା ପରେ ନବଜୋତ ସିଂ ସିଦ୍ଧୁ ଶନିବାର ଦିନ ଅନଶନ ଭାଙ୍ଗିଛନ୍ତି।

ଗତକାଲି ନୋଟିସ ଜାରି କରାଯିବା ପରେ ଆଶିଷ ହାଜର ହୋଇନଥିଲେ। ସିଦ୍ଧୁ ଶୁକ୍ରବାର ଦିନ ଆଶିଷ ମିଶ୍ରଙ୍କ ଗିରଫଦାରୀ ଦାବିରେ ଅକ୍ଟୋବର ୩ ହିଂସାରେ ନିହତ ସ୍ୱର୍ଗତ ସାମ୍ବାଦିକ ରମଣ କାଶ୍ୟପଙ୍କ ଲକ୍ଷ୍ମୀପୁର ନିବାସରେ ଅନଶନ କରିଥିଲେ।

ସିଦ୍ଧୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବା ପର୍ଯ୍ୟନ୍ତ ଅନଶନରେ ବସିଥିଲେ।

Comments are closed.