Latest Odisha News

ଲଖିମପୁର ହିଂସାକାଣ୍ଡ: ୧୪ ଦିନ ପାଇଁ ଜେଲ୍ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଜେଲ୍ ଗଲେ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୧୨ ଘଣ୍ଟାର ମାରାଥନ୍ ପଚରାଉଚରା ପରେ ଗିରଫ ହୋଇଥିଲେ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟ ହୋଇଥିଲା ।

ଏହି ଘଟଣାରେ ଆଶିଷ ମିଶ୍ରା ଓ ତାଙ୍କ ବାପା ଅଜୟ ମିଶ୍ରାଙ୍କ ନାଁରେ ରୁଜୁ ହୋଇଥିଲା ମାମଲା । ଘଟଣାର ତଦନ୍ତ ଏସଆଇଟି କରୁଛି । ସମନ ପରେ ଗତକାଲି ହାଜର ହୋଇଥିଲେ ଆଶିଷ ମିଶ୍ରା । ସପ୍ତାହେ ପରେ ତାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ଲଖିମପୁର ଜେଲ ପଠାଇ ଦିଆଯିବ ।

ଅଭିଯୋଗ ହୋଇଥିଲା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ହିଂସାକାଣ୍ଡରେ ଆଉ ୪ ଜଣଙ୍କର ଜୀବନ ଯାଇଥିଲା । ଘଟଣାକୁ ନେଇ ଜୋରଦାର ହୋଇଥିଲା ରାଜନୈତିକ ବୟାନବାଜି । କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ ଓ କେନ୍ଦ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବି କରିଥିଲେ ବିରୋଧୀ ।

Leave A Reply

Your email address will not be published.