Latest Odisha News

BREAKING NEWS

ୟୁପି ଚାଷୀ ହତ୍ୟା ଘଟଣା : କନ୍ଧମାଳ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

କନ୍ଧମାଳ : କନ୍ଧମାଳ କଂଗ୍ରେସର ବିକ୍ଷୋଭ ଶୋଭାଯାତ୍ରା  । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲା ଖିର ଅଞ୍ଚଳରେ ବିଜେପି ମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଗାଡି ଦୁର୍ଘଟଣା କରି ଛଅ ଜଣ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଆଜି ଶତାଧିକ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଫୁଲବାଣୀ କୋର୍ଟ ଛକ ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଗାନ୍ଧୀ ଛକ ନିକଟରେ ଗାନ୍ଧୀ ପ୍ରତିମୂର୍ତ୍ତିୀ ପାଖରେ ପହଁଚିଥିଲା।

ଏଥିରେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଘନ ଶବର ନଗର କଂଗ୍ରେସ ସଭାପତି ଶିବ ଶଙ୍କର ବେହେରା ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ ଛାତ୍ର ନେତା ଅନୁପମ କହଁରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ନଗର କଂଗ୍ରେସ ସଭାପତି ଶିବ ଶଙ୍କର ବେହେରା ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ ,ଛାତ୍ର ନେତା ଅନୁପମ କହଁରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

Comments are closed.