ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ କାନାଡା ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଲ ଇଂଲଣ୍ଡ ଚାମ୍ପିୟନ ଚୀନର ଲି ଶୀ ଫେଙ୍ଗଙ୍କୁ ପରାସ୍ତ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଲକ୍ଷ୍ୟ ୨୧-୧୮ ଓ ୨୨-୨୦ରେ ଜିତିଥିଲେ । ୨୦୨୩ରେ ଏହା ତାଙ୍କର ପ୍ରଥମ ଟାଇଟଲ । ୧୯୫୭ରୁ ଖେଳା ଯାଉଥିବା କାନାଡା ଓପନରେ ଲକ୍ଷ୍ୟ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ୨୦୧୬ ବି ସାଇ ପ୍ରଣୀଥ ପ୍ରଥମ ଥର ପାଇଁ ଏହି ଟାଇଟଲ ଜିତିଥିଲେ । ସେହି ବର୍ଷ ପୁରୁଷ ଡବଲ୍ସରେ ମନୁ ଅତ୍ରୀ ଓ ବି ସୁମିଥ ରେଡୀ ଟାଇଟଲ ଜିତିଥିଲେ । ଲକ୍ଷ୍ୟଙ୍କ ଏହା କ୍ୟାରିୟରର ୪ର୍ଥ ଟାଇଟଲ ।
ୟୁଥ ବ୍ୟାଡମିଂଟନ ଚାମ୍ପିୟନଶିପରେ ସେ ସିଙ୍ଗଲ୍ସ ବିଭାଗରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୯ରେ ସେ ସିନିୟcର କାଟାଗୋରୀରେ ଖେଳିବା ଆରମ୍ଭ କରିଥିଲେ । ୨୦୧୯ରେ ସେ ଡଚ ଓପନ ଟାଇଟଲ ହାତେଇଥିଲେ । ୨୦୨୨ ତାଙ୍କ ପାଇଁ ସ୍ୱର୍ଣ୍ଣିମ ବର୍ଷ ସାବ୍ୟସ୍ତ ହୋଇଥିଲା । ସେ ଇଣ୍ଡିଆନ ଓପନ ଜିତିବା ସହ ଟିମ ଚାମ୍ପିୟନଶିପରେ ଥୋମାସ କପ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ । ୨୦୨୨ରେ କାନାଡା ଓପନ ଓ ଅଲ ଇଂଲଣ୍ଡ ଓପନରେ ରନର୍ସଅପ ହୋଇଥିଲେ ।
Comments are closed.