Latest Odisha News

ସିଦ୍ଧି ପରିଶ୍ରା କାଣ୍ଡ: ବୟାନ ଜାରିକଲେ ପୀଡିତ ଦଶମତ, ସରକାରଙ୍କ ପାଖରେ ରଖିଲେ ଏମିତି ଦାବି

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ସ୍ଥାନୀୟ ପ୍ରବେଶ ଶୁକ୍ଳା ନାମକ ଜଣେ  ବ୍ୟକ୍ତି ପରିଶ୍ରା କରିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାକୁ ଆହୁରି ରୋଚକ କରିଥିଲା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯେତେବେଳେ ପୀଡିତ ଦଶମତଙ୍କ ପାଦ ଧୋଇଥିଲେ । ଏହି ପାଦ ଧୋଇବାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଏକ ରାଜନୈତିକ ଏଜେଣ୍ଡା ହୋଇ ଯାଇଥିଲା।

BjdElectrycity

ଏବେ ଏହି ଘଟଣା ପୁଣି ନେଇଛି ନୂଆମୋଡ । ଅଭିଯୁକ୍ତ ପ୍ରବେଶ ଶୁକ୍ଳା ଗିରଫ ହୋଇ ଜେଲରେ ଥିବାବେଳେ ପୀଡିତ ଦଶମତ ନିଜ ବୟାନ ଜାରି ରଖିଛନ୍ତି  । ସେ ରାଜ୍ୟ ସରକାରଙ୍କ ପାଖରେ ପ୍ରବେଶ ଶୁକ୍ଳାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଛନ୍ତି । ଦଶମତ କହିଛନ୍ତି, ସେ ତାଙ୍କ ଭୁଲ ପାଇଁ ଅନୁତାପ କରିସାରିଲେଣି । ତେଣୁ ତାଙ୍କୁ ଛାଡି ଦିଆଯାଉ ।

ଦଶମତଙ୍କ ଉପରେ ପରିଶ୍ରା କରିଥିବା ଭିଡିଓ ମଙ୍ଗଳବାର ଭାଇରାଲ ହେବା ପରେ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ବୁଧବାର ଗିରଫ କରିଥିଲା । ଏବେ ସିଦ୍ଧି ଜେଲରେ ଅଛନ୍ତି ।  ସେତିକି ନୁହେଁ, ପୋଲିସ ପ୍ରବେଶ ଶୁକ୍ଳା ବେଆଇନ ଭାବେ ମାଡି ବସିଥିବା ଜାଗାରେ ବୁଲଡୋଜର ଚଲାଇ ତାଙ୍କ  ଘର ଭାଙ୍ଗି ଦେଇଛନ୍ତି ।

ଅନ୍ୟପଟେ ଦଶମତ ରାୱତ କହିଛନ୍ତି, ସରକାରଙ୍କ ପାଖରେ ମୋର ଦାବି ଏହା ଯେ, ଅଭିଯୁକ୍ତ ଭୁଲ କରିଛନ୍ତି । ହେଲେ ତାଙ୍କୁ ଜେଲରୁ ଛାଡି ଦିଆଯାଉ । ପୂର୍ବରୁ ସେ ଯାହା କିଛି କରିଥିଲେ । କିନ୍ତୁ ଏବେ ସେ ତାଙ୍କ ଭୁଲ ପାଇଁ ପଶ୍ଚାତାପ କରିଲେଣି । ସେ ଆମ ଗାଁର ପଣ୍ଡିତ । ତେଣୁ ତାଙ୍କୁ ଛାଡି ଦେବା ପାଇଁ ସେ ସରକାରଙ୍କ ପାଖରେ ନିବେଦନ କରିଛନ୍ତି । ଏଥିସହିତ ଦଶମତ ନିଜ ଗାଁକୁ ସଡକଟିଏ ଯୋଗାଇ ଦେବାପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଏଠି କହିରଖିବୁ, ପ୍ରବେଶ ଶୁକ୍ଳା ନିଶାସକ୍ତ ଅବସ୍ଥାରେ ଦଶମତଙ୍କ ଉପରେ ପରିଶ୍ରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ଘର ଉପରେ ବୁଲଡୋଜର ଚଳା ଯାଇଥିଲଶ । ମୁଖ୍ୟମନ୍ତ୍ରୀ ଶିବରାଜ ତାଙ୍କୁ ଡାକି ନିଜ ବାସଭବନରେ ଦଶମତଙ୍କ ପାଦ ଧୋଇ ଦେଇଥିଲେ । ଏଥି ସହିତ କହିଥିଲେ,‘ ମୋ ପାଇଁ ଦରିଦ୍ର ଭଗବାନ ସଦୃଶ । ଜନତାଙ୍କ ବିନା ଆମର କିଛି ସ୍ଥିତି ନାହିଁ । ପ୍ରତ୍ୟେକ ମନ୍ୟୁଷ୍ୟ ଶରୀରେ ଭଗବାନ ଅଛନ୍ତି । ଭାଇ ଦଶମତଙ୍କ ସହ ଯାହା ଘଟିଲା ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ମୁଁ ତାଙ୍କ ନିକଟରେ ସମ୍ପୂର୍ଣ୍ଣ ଘଟଣା ନେଇ କ୍ଷମା ପ୍ରାର୍ଥନା କରୁଛି । ଆଶା କରୁଛି ସେ ମୋତେ କ୍ଷମା କରିଦେବେ ।’

ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ  ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦୋକୁ ଘୋଷଣା କରିବା ସହ ଦେଢ ଲକ୍ଷ ଟଙ୍କାର ଅତିରକ୍ତ ରାଶି ଘର ନିର୍ମାଣ ପାଁଇ ଦେଇଥିଲେ । ତେବେ ଏହାକୁ ନେଇ ରାଜନୈତିକ ବିବାଦ ଦେଖା ଦେଇଥିଲା । କଂଗ୍ରେସ ପକ୍ଷରୁ ଅଭିଯୁକ୍ତଙ୍କର ସ୍ଥାନୀୟ ବିଜେପିର ନେତାଙ୍କ ସହ ସମ୍ପର୍କ ଅଛି ବୋଲି କୁହାଯାଉଥିବାବେଳେ ବିଜେପି ଏହାକୁ ଅସ୍ୱୀକାର କରିଛି । ଏଥିସହିତ ମୁଖ୍ୟମନ୍ତ୍ରୀ ପୀଡିତଙ୍କ ପାଦ ଧୋଇବା ଏବଂ କ୍ଷମା ମାଗିବା ଘଟଣାକୁ ମଧ୍ୟ ରାଜନୈତିକ ଚାଲ ବୋଲି କହିଥିଲେ ।

Leave A Reply

Your email address will not be published.