Latest Odisha News

BREAKING NEWS

ଅମୀରଙ୍କ ଲାଲ ସିଂ ଚଢ଼ାକୁ ପସନ୍ଦ କଲେନି ଦର୍ଶକ

ମୁମ୍ବାଇ: ବିଭିନ୍ନ ସେଲିବ୍ରେଟିଙ୍କ ପ୍ରଚାର ଏବଂ ଉଦ୍ୟମ ସତ୍ୱେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଫିଲ୍ମକୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ବୟକଟ ଟ୍ରେଣ୍ଡ ଯୋଗୁ ଫିଲ୍ମ ଫ୍ଲପ ହେବା କୁହାଯାଉଥିଲେ ମଧ୍ୟ ଏଥିରେ କେତେକ କ୍ରିଟିକ୍ସ ସହମତି ହୋଇ ନାହାନ୍ତି ।

ସେମାନଙ୍କ ମତରେ ପୂର୍ବରୁ ବି ଅମୀରଙ୍କ କେତେକ ଫିଲ୍ମକୁ ବୟକଟ କରାଯାଇଥିଲେ ତାହା ଭଲ ବ୍ୟବସାୟ କରିଛି । ଶନିବାର, ରବିବାର ଓ ଅଗଷ୍ଟ ୧୫ ପରି ଛୁଟି ଦିନ ଥାଇ ୧୮୦ କୋଟି ବଜେଟର ଫିଲ୍ମ ୫ ଦିନରେ ମାତ୍ର ୪୫.୮୩ କୋଟି ଆୟ କରିଛି ।

ଫିଲ୍ମର ଶୋ କମିବା ସହ ଏହାକୁ ଫ୍ଲପ ବୋଲି ଘୋଷଣା କରାଗଲାଣି । ବିଦେଶରେ ବି ଏହି ଫିଲ୍ମ ଉତ୍ସାହଜନକ ପ୍ରଦର୍ଶନ କରି ନାହିଁ । ଠଗ୍ସ ଅଫ ହିନ୍ଦୁସ୍ତାନ, ମେଲା ଓ ବାଜି ପରେ ଅମୀରଙ୍କ କ୍ୟାରିୟରର ଏହା ବଡ ଫ୍ଲପ ଭାବେ ବିବେଚନା କରାଯାଉଛି ।

ଅପର ପକ୍ଷରେ ଅକ୍ଷୟ କୁମାରଙ୍କ ରକ୍ଷାବନ୍ଧନ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧରାଶାୟୀ ହୋଇଛି।

Leave A Reply

Your email address will not be published.