Latest Odisha News

BREAKING NEWS

ବିହାରରେ ନୀତିଶ-ତେଜସ୍ବୀଙ୍କୁ ଟକ୍କର ଦେବାକୁ ବିଜେପି ଖୋଜୁଛି ନୂଆ ନେତା

ନୂଆଦିଲ୍ଲୀ: ବିହାରରେ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ମିଳିତ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ସେପଟେ ବିହାର ରାଜନୀତିକୁ ନେଇ ଦିଲ୍ଲୀରେ ବିଜେପି ସରକାରକୁ ଘେରିବା ପାଇଁ ରଣନୀତି କରିଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦେଶରେ  ବିହାର ବିଜେପିର ନେତାମାନଙ୍କ ସହ ମିଶି ବୈଠକରେ କିଭଳି ସରକାରଙ୍କୁ ଘେରାଯିବ ସେ ନେଇ ଆଲୋଚନା ହୋଇଛି । ବିଧାନସଭା ଏବଂ ବିଧାନ ପରିଷଦରେ ବିରୋଧୀ ଦଳର ନେତା ଚୟନକୁ ନେଇ ମଧ୍ୟ ଏଥିରେ ଆଲୋଚନା ହେଉଛି  ।

ବିହାରରେ ଏବେ ବିଜେପି ନୂଆ ବିରୋଧୀଙ୍କ ଭୂମିକା ତୁଲାଇବାକୁ ଯାଉଛି । ଆକି ବର୍ଷକ ପରେ  2024 ର ଲୋକସଭା ନିର୍ବାଚନ ଥିବାରୁ ଦଳ ଏବେ ଏକା କିପରି ଲୋକଙ୍କ ବିଶ୍ବାସଭାଜନ ହେବ ଏବଂ ଆରଜେଡି ଏବଂ ଜେଡିୟୁ କୁ ବିରୋଧ କରି ଅଧିକ ଆସନ ପାଇବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ଏହି ବୈଠକ ରେ ଆଲୋଚନା ହୋଇଛି। ଏଭଳି ପରିସ୍ଥିତିରେ ଦଳର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ଶକ୍ତି କିପରି ବୃଦ୍ଧି ହେବ ତାହା ଉପରେ  ଧ୍ୟାନ ଦେବାକୁ ଯାଉଛି ବିଜେପି ।

ଆଜିର ବୈଠକରେ  ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଅଧ୍ୟକ୍ଷ ଜେପି ନଡ୍ଡା  ମଧ୍ୟ ଉପସ୍ଥିତ ଅଛନ୍ତି। ଏଥି ସହ ବିହାର ବିଜେପିର ବରିଷ୍ଠ ନେତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ସୁଶୀଲ ମୋଦୀ, ଅଶ୍ୱିନୀ ଚୈାବେ , ଗିରିରାଜ ସିଂ, ଶାହନାୱାଜ ହୁସେନ୍ ମଧ୍ୟ ଉପସ୍ଥିତ ଥିଲେ ।  ଏହା ସହ ବୈଠକରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ନିତ୍ୟାନନ୍ଦ ରାୟ ରାଧା ମୋହନ ସିଂ, ନନ୍ଦ କିଶୋର ଯାଦବ, ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ, ହରିଶ ଦ୍ୱିବେଦୀ,  ତର କିଶୋର ପ୍ରସାଦ, ରବି ଶଙ୍କର ପ୍ରସାଦଙ୍କ ସମେତ ବିହାରର ସମସ୍ତ ବଡ ନେତା ବିହାର ରାଜନୈତିକ ସ୍ଥିତି ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।

ଆଲୋଚନା ହେଉଛି ଯେ ବିଜେପି ଜଣେ ବିହାର ପାଇଁ ଟାଣୁଆ ନେତା ଖୋଜୁଛି ।  ଯିଏ କେବଳ ସରକାରଙ୍କୁ  ପ୍ରଶ୍ନରେ ଘେରି ପାରିବ ନାହିଁ ବରଂ ରାଜ୍ୟରେ ଭୋଟ ହାତେଇପାରିବ । ଯାହାର ସ୍ବଚ୍ଛ ଭାମମୂର୍ତ୍ତି ଥିବ । ଯିଏ କି ନୀତିଶ କୁମାରଙ୍କୁ ମାତ ଦେଇ ବିହାରବାସୀଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିପାରୁଥିବ । ପୂର୍ବରୁ ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ବିହାର ସରକାରରେ  ଉପ-ମୁଖ୍ୟମନ୍ତ୍ରୀ ଥିଲେ, କିନ୍ତୁ ସେମାନଙ୍କ ଉପରେ ଦଳ ଆଉ ବିଶ୍ବାସ କରିପାରୁନାହିଁ । ଆଗାମୀ ଦିନରେ ବିଜେପି ନୂଆ ମୁହଁ ଖୋଜୁଛି ।  ଏଭଳି ପରିସ୍ଥିତିରେ ବିଜେପି ଆଜି ବୈଠକ କରି ଏସବୁ ସମସ୍ୟାକୁ ନେଇ ଆଲୋଚନା କରିବା ସହ ବରିଷ୍ଠ ନେତାଙ୍କ ମତାମତ ନେଇଛି । ଆଗାମୀ ଦିନରେ ବିହାର ବିଜେପିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ । ତେବେ ଯେଉଁ ନେତା ବିହାରରେ  ସାମାଜିକ ସମୀକରଣକୁ ସୁଧାରିବା ସହ ବିଜେପି ପାଇଁ ଅଧିକ ଗ୍ରହଣନୀୟ ହେବେ ସେଭଳି ନେତୃତ୍ବ ସୃଷ୍ଟି କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଆଗାମୀ କିଛି ଦିନ ଭିତରେ ବୈଠକକୁ ବିଜେପି ତାର ରଣନୀତି ଘୋଷଣା କରିପାରେ ।

ତେବେ ବିଜେପି ଆଗାମୀ ଦିନରେ   ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଦୁର୍ନୀତି କୁ ବିହାର ନିର୍ବାଚନ ପାଇଁ ପ୍ରମୁଖ ବିଷୟ କରିବ ।   ବିଜେପି ପୁଣି ଲାଲୁଙ୍କ  ଜଙ୍ଗଲ ରାଜ, ଦୁର୍ନୀତି, ବିଶ୍ୱାସଘାତକତା କୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିବା ଚର୍ଚା ହେଉଛି ।

Leave A Reply

Your email address will not be published.