ମୁମ୍ବାଇ: କରୋନା ଭାଇରସ ଯୋଗୁ ଚଳିତ ବର୍ଷ ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ଦେଖିବାରୁ ଦର୍ଶକ ବଂଚିତ ହେବେ । ଶନିବାର ଅମୀର ଖାଁଙ୍କ ଅଭିନୀତ ଲାଲ ସିଂ ଚଡ୍ଡା ଚଳିତ ବର୍ଷ ରିଲିଜ ହେବ ନାହିଁ ବୋଲି ଆୟୋଜକ ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଲେଖକ ଅତୁଲ କୁଳକର୍ଣ୍ଣି ମଧ୍ୟ ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହାର ରିଲିଜରେ ନିଶ୍ଚିତ ଭାବେ ବିଳମ୍ବ ଘଟିବ ବୋଲି କହିଛନ୍ତି ।
ଅମୀରଙ୍କ ସହ କରୀନା କାପୁର ଏଥିରେ ଅଭିନୟ କରୁଛନ୍ତି । ଅଦ୍ୱୈତ ଚନ୍ଦନ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶୀ ଓ ରଣବୀର ସିଂଙ୍କ ୮୩ ଫିଲ୍ମର ରିଲିଜ ଡେଟ ମଧ୍ୟ ଘୁଂଚାଯାଇଛି ।
Comments are closed.