Latest Odisha News

୨ୟ ପର୍ଯ୍ୟାୟ ଲକ୍‌ଡ଼ାଉନ: ଏହି ୯ଟି ଜିଲ୍ଲାରେ ଚାଲିବନି ଘରୋଇ ଯାନବାହନ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟସୀମା ବୃଦ୍ଧି କରିବା ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ଭୂତାଣୁ ଯୋଗୁଁ ଯେଉଁ ସବୁ ଜିଲ୍ଲାଗୁଡ଼ିକୁ ଅଧିକ ନଜର ରଖାଯାଇଛି ସେହିସବୁ ଜିଲ୍ଲା ଗୁଡ଼ିକରେ ଘରୋଇ ଯାନବାହନ ଚଳାଚଳ କରିବ ନାହିଁ ।

BjdElectrycity

କେବଳ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଲାଗି ଯାନବାହନ ଚଳାଚଳ କରିବା ବ୍ୟତୀତ ୯ଟି ଜିଲ୍ଲାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ସେହି ୯ଟି ଜିଲ୍ଲାଗୁଡ଼ିକ ହେଲା – ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି ଏବଂ ଢେଙ୍କାନାଳ ଜିଲ୍ଲା ।

Leave A Reply

Your email address will not be published.