Latest Odisha News

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲାନ ସିଂ, ଦଳର ଭାର ସମ୍ଭାଳିବେ ନିତୀଶ

ନୂଆଦିଲ୍ଲୀ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲାନ ସିଂ । ଆଜି ଦିଲ୍ଲୀରେ ଚାଲିଥିବା ଜେଡିୟୁ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ରେ ଏହି ଇସ୍ତଫା ପତ୍ର ଦେଇଥିବା ଖବର ଜଣାପଡିଛି । ତେବେ ଲଲାନ ସିଂ ଇସ୍ତଫା ଦେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବାବେଳେ, ଏବେ ଦଳର ଡୋର ସମ୍ଭାଳିବେ ନିତୀଶ କୁମାର ।

ଏହି ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିଥିବା ଜେଡିୟୁ ନେତା ଏବଂ କର୍ମୀମାନେ କହିଛନ୍ତି ଯେ ଆମର ନେତା ଯାହା ନିଷ୍ପତ୍ତି ନେବେ ଆମେ ତାଙ୍କ ସହ ଅଛୁ । କେବଳ ବିହାର ନୁହେଁ ଦେଶ ନିତୀଶ କୁମାରଙ୍କ ଉପରେ ନଜର ରଖିଛି ।

ସର୍ବପ୍ରଥମେ ଆଜି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । କିଛି ସମୟ ପରେ ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଏହି ସମସ୍ତ ପ୍ରସ୍ତାବକୁ ଅନୁମୋଦନ କରାଯିବ । ୨୦୦୩ ପରଠାରୁ ନିତୀଶ କୁମାର ଜନତା ଦଳ ୟୁନାଇଟେଡ ର ପଞ୍ଚମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ । ପ୍ରଥମେ, ଶରଦ ଯାଦବ ୨୦୧୬ ପର୍ଯ୍ୟନ୍ତ ଜେଡିୟୁ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ।

ଏହା ପରେ ନିତୀଶ କୁମାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ନୀତୀଶ କୁମାରଙ୍କ ପରେ ଆରସିପି ସିଂ ଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ତା’ପରେ ଆରସିପି ସିଂଙ୍କ ପରେ ଲଲନ ସିଂଙ୍କୁ ଜାତୀୟ ସଭାପତି କରାଯାଇଥିଲା । ଏବେ ନୀତୀଶ କୁମାର ଦ୍ୱିତୀୟ ଥର ପାଇଁ ଜେଡିୟୁ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.