Latest Odisha News

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ପିଟି ପିଟି ହତ୍ୟା କରି ଚମ୍ପଟ ମାରିଲା

ସୁବର୍ଣ୍ଣପୁର : ନୃଶଂସ ସ୍ବାମୀର ବର୍ବରକାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଆଉ ହତ୍ୟା କରିବା ପରେ ଡାକ୍ତରଖାନାରେ ମୃତଦେହ ରଖି ଚମ୍ପଟ ମାରିଲା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ । ସୂଚନା ଅନୁସାରେ ତିଲେଇମାଲ୍ ଗାଁ ର ଗଣପତି ପ୍ରଧାନ ନାମକ ଜଣେ ବ୍ୟକ୍ତି ବରପଦର ଗାଁର ରେଞ୍ଚା ପ୍ରଧାନଙ୍କ ଝିଅ ମିତା ପ୍ରଧାନଙ୍କୁ ଗତ ୫ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ତିନି ବର୍ଷର ଏକ ଝିଅ ମଧ୍ୟ ଅଛି । ତେବେ ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଗଣପତି ମିତାକୁ ନିର୍ଦ୍ଧୁମ ପିଟିଥିଲେ । ସେ ଅଚେତ୍ ହୋଇ ପଡିଯିବାରୁ ତାଙ୍କୁ ବୀରମହାରାଜପୁର ଡ଼ାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମରିଯାଇଥିବା ଜାଣି ଡ଼ାକ୍ତରଖାନା ବାରଣ୍ଡାରେ ସ୍ତ୍ରୀର ମୃତଦେହ ଛାଡି ଫେରାର ମାରିଥିଲେ ଗଣପତି । ପରେ  ଖବର ପାଇ ମିତାଙ୍କ ଭାଇମାନେ ଡାକ୍ତରଖାନାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହକୁ ଜବତ୍ କରିଛି । ସେପଟେ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

Leave A Reply

Your email address will not be published.