ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିଢିରୁ ପଡି ଆହତ ହୋଇଛନ୍ତି । ତାଙ୍କ କାନ୍ଧ ଓ ଅଂଟାରେ ଆଘାତ ଲାଗିଛି । ରବିବାର ରାବ୍ରି ଦେବୀଙ୍କ ବାସଭବନରୁ ସିଢିରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ ଖସି ଯାଇଥିଲା । ଲାଲୁଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନିକଟସ୍ଥ କଙ୍କଡାବାଗର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କାନ୍ଧ ହାଡରେ ସାମାନ୍ୟ ଭାଙ୍ଗିଥିବା ଜଣାପଡିଛି । ଏବେ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବିଶ୍ରାମ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ପୂର୍ବରୁ ଲାଲୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କିଡନୀ ପ୍ରତ୍ୟରୋପଣ ପାଇଁ ସେ ବିଦେଶ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଦୁର୍ଘଟଣା ପରେ ଏଥିନେଇ ବିଳମ୍ବ ହେବ ବୋଲି ଅନୁମାନ କରାଯାଉଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.