Latest Odisha News

BREAKING NEWS

ମହିଳା ହକି ବିଶ୍ୱକପ: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ନେଦରଲାଣ୍ଡର ଆମ୍ସଷ୍ଟେଲଭିନରେ ରବିବାର ଅନୁଷ୍ଠିତ ମହିଳା ହକି ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି । ପୁଲ ବିର ଏହି ମୁକାବିଲା ସହ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଟୋକିଓ ଅଲିମ୍ପିକ୍ସ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ ଥିଲେ ମଧ୍ୟ ଏହା ହାତଛଡା ହୋଇଛି । ଇଂଲଣ୍ଡ ପକ୍ଷରୁ ଇସାବେଲ ପିଟର ଏବଂ ଭାରତ ତରଫରୁ ବନ୍ଦନା କାଟରିୟା ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଡ୍ର ଯୋଗୁ ଉଭୟ ଟିମ ଗୋଟିଏ ଲେଖାଁଏ ପଂଏଟ ପାଇଛନ୍ତି ।

ଶେଷ ୫ ମିନିଟରେ ଭାରତକୁ ଗୋଲ କରିବା ପାଇଁ ୨ଟି ସୁଯୋଗ ମିଳିଥିଲା । ମାତ୍ର ଏହାକୁ ଗୋଲରେ ସେମାନେ ପରିଣତ କରିପାରି ନ ଥିଲେ । ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ଏବଂ ଦ୍ୱିତୀୟରେ ଭାରତ ପକ୍ଷରୁ ଗୋଲ ସ୍କୋର କରା ଯାଇଥିଲା । ୫ ତାରିଖରେ ଭାରତ ତାର ପରବର୍ତୀ ମୁକାବିଲାରେ ଚୀନକୁ ଭେଟିବ । ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ଭାରତକୁ ହରାଇ ଇଂଲଣ୍ଡ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

Leave A Reply

Your email address will not be published.