Latest Odisha News

BREAKING NEWS

ଲାଲୁ ପ୍ରସାଦଙ୍କ କିଡନୀ ୨୫ ପ୍ରତିଶତ କାର୍ଯ କରୁଛି, ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଡାକ୍ତର ଉମେଶ ପ୍ରସାଦଙ୍କ ରିପୋର୍ଟ ଅନୁସାରେ ଲାଲୁଙ୍କ କିଡନୀ ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି । ଅବସ୍ଥା ଉଦବେଗଜନକ ବୋଲି ସେ କହିଛନ୍ତି । ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ଏବେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି ।

BjdElectrycity

କିଡନୀ କେତେବେଳେ କାର୍ଯ୍ୟ କରିବା ବନ୍ଦ କରିବ ତାହା କହି ହେଉ ନାହିଁ । ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆମ ଟିମ୍ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ଡ.ପ୍ରସାଦ କହିଛନ୍ତି ।

Leave A Reply

Your email address will not be published.