Latest Odisha News

BREAKING NEWS

ଟୀକାକରଣ ପାଇଁ କେନ୍ଦ୍ର ଜାରି କଲା ଏସଓପି: ଗୋଟିଏ ସେସନରେ ୧୦୦ ଜଣଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାରିବା ପାଇଁ ବିଭିନ୍ନ ଦେଶରେ ଟୀକାକରଣ ଆରମ୍ଭ ହୋଇଗଲାଣି । ଭାରତରେ କେବେ ଆସିବ ଟିକା ? କେମିତି ଟିକା ଦିଆଯିବ ? ଏନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି । ଏହାରି ଭିତରେ କରୋନା ଭ୍ୟାକସିନକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏସ୍ଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ସେସନରେ କେବଳ ୧୦୦ ଜଣଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଯଦି କୌଣସି ଭ୍ୟାକ୍ସିନେସନ୍ ସାଇଟରେ ୱେଟିଂ ରୁମ୍‌, ଅବଜରଭେସନ୍ ରୁମ୍ ସହିତ କ୍ରାଉଡ୍ ମ୍ୟାନେଜମେଣ୍ଟ ସୁବିଧା ରହିଥିବ ତେବେ ଆଉ ଜଣେ ଅଫିସରଙ୍କୁ ରଖାଯାଇ ୨୦୦ ଜଣଙ୍କୁ ଟିକା ଦିଆଯାଇପାରିବ । ଅର୍ଥାତ୍ ଗୋଟିଏ ଦିନରେ ୧୦୦ ଜଣଙ୍କୁ ଟିକା ଦିଆଯିବ, ଯଦି ପର୍ଯ୍ୟାପ୍ତ ସୁବିଧା ଥିବ ତେବେ ୨୦୦ ଜଣଙ୍କୁ ଦିଆଯାଇପାରିବ ।

ଟିକା ଦେବା ପାଇଁ ୫ ଜଣିଆ ଏକ ଟିମ୍ ପ୍ରସ୍ତୁତ କରିବାକୁ ହେବ । ଯେଉଁଥିରେ ଜଣେ ଭ୍ୟାକ୍ସିନେଟର ଅଫିସର ସହ ୪ ଜଣ ଭ୍ୟାକ୍ସିନେସନ୍ ଅଫିସର ରହିବେ । ଟୀକାକରଣ ପାଇଁ ଟିମରେ ୫ ଜଣ ସଦସ୍ୟ ରହିବେ । ଭ୍ୟାକ୍ସିନେଟର ଅଫିସର (ଡାକ୍ତର, ନର୍ସ ବା ଫାର୍ମାସିଷ୍ଟ), ଜଣେ ପୋଲିସ ଅଫିସର ଭ୍ୟାକ୍ସିନେସନ୍ ଅଫିସର ଭାବେ କାମ କରିବେ । ସେ ସେଣ୍ଟରର ଏଣ୍ଟ୍ରି ପଏଣ୍ଟରେ ରହିବେ । ଅନ୍ୟ ଜଣେ ଭ୍ୟାକ୍ସିନେସନ୍ ଅଫିସର କାଗଜପତ୍ର ଯାଞ୍ଚ କରିବେ । ଆଉ ଦୁଇ ଜଣ ଅଫିସର ଭିଡ ଆଦି ନିୟନ୍ତ୍ରଣ କରିବେ ।

ଗୋଟିଏ ଭ୍ୟାକ୍ସିନେସନ୍ ସେଣ୍ଟରରେ ତିନିଟି ଘର ରହିବ । ୱେଟିଂ ରୁମ୍‌, ଭ୍ୟାକ୍ସିନେସନ୍ ରୁମ୍ ଓ ଅବଜରଭେସନ୍ ରୁମ୍ । ଟିକା ନେବା ପରେ ଅବଜରଭେସନ୍ ରୁମରେ ୩୦ ମିନିଟ୍ ଅପକ୍ଷୋ କରିବାକୁ ପଡ଼ିବ । ଏହି ରୁମରେ ପିଇବା ପାଣି ଓ ଟଏଲେଟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକା ନେବା ପରେ କୌଣସି ପାଶ୍ବପ୍ରତିକ୍ରିୟା ଦେଖାଯାଉଛି କି ନାହିଁ ଏହି ସମୟ ମଧ୍ୟରେ ଦେଖାଯିବ ।

 

Leave A Reply

Your email address will not be published.