ନୂଆଦିଲ୍ଲୀ: ଇଟାଲୀର ସ୍ପ୍ରିଂଟର ଲ୍ୟାମେଂଟ ମାର୍ସଲ ଜ୍ୟାକବ୍ସ ଅଷ୍ଟ୍ରିଆନ ଓପନ ଆଥଲେଟିକ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୩୧ ବର୍ଷୀୟ ଏହି ଆଥଲେଟ ୧୦୦ ମିଟର ରେସକୁ ୯.୬୭ ସେକେଣ୍ଡରେ ପୂରଣ କରିଥିଲେ । ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ରେକର୍ଡ ସେ ଭଙ୍ଗ କରିପାରି ନାହାନ୍ତି । ବୋଲ୍ଟ ୯.୫୮ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ତେବେ ପବନର ବେଗ ଅଧିକ ଥିବାରୁ ଲ୍ୟାମେଂଟଙ୍କ ପ୍ରଦର୍ଶନ ରେକର୍ଡ ବୁକରେ ସ୍ଥାନ ପାଇ ନାହିଁ ।
ଗ୍ରେଟ ବ୍ରିଟେନର ରୋମେଲ ଗ୍ଲେବ (୯.୭୬) ଓ ୱେଡ ଭ୍ୟାନ ନୀକର୍କ(୯.୮୩) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ଲ୍ୟାମେଂଟ ଆରମ୍ଭରୁ ଧୀମା ପ୍ରଦର୍ଶନ କରିଥିଲେ । ଗତି ଧରିବା ପରେ ସେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କ ବାପା ଆଫ୍ରିକୀୟ ଓ ମାଆ ଇଟାଲୀର ହୋଇଥିବାରୁ ଲ୍ୟାମେଂଟକୁ ଅଶ୍ୱେତ ଆଥଲେଟ ଭାବେ ଗଣତି କରାଯାଏ ।