Latest Odisha News

BREAKING NEWS

ସ୍କୁଟିଚାଳକଙ୍କୁ ଚାପିଦେଲା ହାଇଓ୍ବା; ସମବେଦନା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା ଦେବା ସହ ସ୍କୁଟି ଆରୋହୀଙ୍କୁ ଚାପିଦେବା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନାଇଡୁ ପଲ୍ଲୀ ଗ୍ରାମର ବାବୁ ସାସମଲ (୪୫) ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବାବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲଦାର ରେଡକ୍ରସରୁ ୩୦ ହଜାରଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ତେବେ ସ୍କୁଟି ଆରୋହି ଜଣକ ଆସୁଥିବା ବେଳେ ତାଙ୍କ ପଛପଟୁ ଏକ ମୋରମ ବେଝେଇ ହାଇଓ୍ବା ଟ୍ରକ୍‌ ଡ୍ରାଇଭର ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ଚାପି ଦେଇଥିଲା । ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଲାଗି ଦାବି କରି ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଫଳରେ ଦୀର୍ଘ ୩ ଘଣ୍ଟା ଧରି ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାରେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇପଡ଼ିଥିଲା ।

Leave A Reply

Your email address will not be published.