Latest Odisha News

ଲାଣ୍ଡ ଫର ଜବ୍ ଦୁର୍ନୀତି: ଲାଲୁ, ରାବଡିଙ୍କ ସମେତ ପରିବାରର ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ପାଟନା:ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ ତାଙ୍କ ପରିବାରର ୬ ସଦସ୍ୟଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିିକାରେ ସେମାନଙ୍କ  ଜାମିନ ମଞ୍ଜୁର କରିଚନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ ତାରିଖରେ ହେବ ।

ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ବୁଧବାର ହୋଇଥିବା ମାମଲାର ଶୁଣାଣି କରି ଲାଲୁଙ୍କ ପରିବାର ସଦସ୍ୟଙ୍କ ସମେତ ୧୭ ଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ । ସିବିଆଇ ଏହି ମାମଲାର ଯାଞ୍ଚ କରୁଥିଲା । ଜୁଲାଇ ୩ ତାରିଖରେ ସିବିଆଇ ଚାର୍ଜସିଟ ଦାଏର କରିଥିଲା । ଏଥିରେ ତେଜସ୍ୱୀଙ୍କୁ ଅଭିଯୁକ୍ତି ବୋଲି ସାବ୍ୟସ୍ତ କରିଥିଲା ସିବିଆଇ ।

କୋର୍ଟ ଲାଲୁଙ୍କ ପରିବାରକୁ ଅକ୍ଟୋବର ୪ ତାରିଖ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଥିଲେ । ଏଥିପାଇଁ ଲାଲୁଙ୍କ ପରିବାର ବିହାରରୁ ଦିଲ୍ଲୀ ଆସିଥିଲେ ।

ଏଠି କହିରଖିବୁ, ଲାଣ୍ଡ ଫର ଜବ ଦୁର୍ନୀତି ମାମଲା ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ହୋଇଥିଲା । ୟୁପିଏ-୨ ସରକାରରେ ଲାଲୁ ଯାଦବ ଦେଶର ରେଳ ମନ୍ତ୍ରୀ ଥିଲେ । ଅଭିଯୋଗ ହୋଇଥିଲା, ଲାଲୁ ଜାଗା ବଦଳରେ ଲୋକଙ୍କୁ ବେଆଇନ ଭାବେ ଚାକିରି ଦେଉଥିଲେ । ଅଭିଯୋଗ ଜୋରଦାର ହେବା ପରେ ମାମଲାର ସିବିଆଇ ଯାଞ୍ଚ କରାଯାଇଥିଲା । ସେହିପରି ଇଡି ମଧ୍ୟ ମନି ଲଣ୍ଡରିଂ ଆଙ୍ଗେଲରୁ ମଧ୍ୟ ଯାଞ୍ଚ କରୁଛି ।

Comments are closed.