ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ସୂର୍ଯ୍ୟନାରାୟଣ ସାମଲଙ୍କୁ ସରକାର ଜମି ପଞ୍ଜୀକରଣରେ ଜାଲିଆତି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ସୂର୍ଯ୍ୟନାରାୟଣ ସାମଲ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜୀକରଣ କରାଇଥିଲେ । ସେ ଗତ ୨୮ତାରିଖ ଦିନ ଏହି କେଶ୍ରେ ଗିରଫ ହୋଇଥିଲେ ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶ ଅନୁଯାୟୀ ନିଲମ୍ବନ ନହଟିବା ପର୍ଯ୍ୟନ୍ତ ସୂର୍ଯ୍ୟନାରାୟଣ ସାମଲ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ।
ସୂଚନାଥାଉକି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ରାଜସ୍ୱ ବିଭାଗ ପକ୍ଷରୁ ବିଗତ ଦିନରେ ଅଧିକାଂଶ ମାମଲା ଉପରେ ଦୃଷ୍ଟାନ୍ତ ମୂଳକ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆଗାମୀ ଦିନରେ ମଧ୍ୟ ଦୁର୍ନୀତି ଓ ଜାଲିଆତି କାର୍ଯ୍ୟକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।
Comments are closed.