Latest Odisha News

BREAKING NEWS

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଉଭୟେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଘଟଣା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ମୃତ ପ୍ରେମୀ ଯୁଗଳ ହେଲେ ଚିତ୍ରସେନ୍ ଗୌଡ଼ ଓ ପି.ବର୍ଷା ରେଡ୍ଡୀ । ଚତ୍ରସେନଙ୍କ ଘଣ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ । ବର୍ଷା ସାଲିଆ ସାହିରେ ରହୁଥିଲେ । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।

ରବିବାର ବର୍ଷାଙ୍କ ବାପା, ମା’ କାମକୁ ଯାଇଥିଲେ । ବର୍ଷା ଘରେ ଥିଲେ । ବାପା-ମା’ କାମରୁ ଫେରି ବର୍ଷା ଓ ଚିତ୍ରସେନ ଘରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । କମିଶନରେଟ୍ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ି ନାହିଁ।

Leave A Reply

Your email address will not be published.