Latest Odisha News

[ଭିଡ଼ିଓ] ନିୟମର ଖୋଲାଖୋଲି ଉଲ୍ଲଂଘନ, ମାଲାମାଲ ଜମି ଦଲାଲ

ପାଟଣାଗଡ଼: ବେଧଡକ ଚାଲିଛି ବେଆଇନ୍ ଜମି କାରବାର । ସରକାରଙ୍କ ବିନା ଅନୁମତିରେ ଚଢା ଦରରେ ବିକ୍ରି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ । ପାଟଣାଗଡ଼ରେ ସବୁ ନିୟମର ହେଉଛି ଖୋଲାଖୋଲି ଉଲ୍ଲଂଘନ । ଛତୁ ଫୁଟଲା ଭଳି ଦଲାଲ ମାତିଛନ୍ତି । ଆଉ ରାତାରାତି କରୁଛନ୍ତି ଏହି ବେଆଇନ୍ କାମ । ସେପଟେ ଦଲାଙ୍କ ଠାରୁ ଅଦରଦରରେ ଜମି କିଣି ଅସବୁିଧା ଭୋଗୁଛନ୍ତି ଲୋକେ । ରାସ୍ତାଟିଏ ନଥିବା ବେଳେ ପାଖରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଲୋକଙ୍କର ବହୁ ଅଭିଯୋଗ . . .

ସହରରେ ଘର କରିବାକୁ ହେଲେ ବିଜ୍ଞାପିତ ପରିଷଦର ଅନୁମତି ଦରକାର । ହେଲେ ଏଥିପ୍ରତି କାହାର ବି ନିଘା ନାହିଁ । ବେଆଇନ୍ ଭାବେ ଅବାଧରେ ଗୋଟିଏ ଗୋଟିଏ ପରେ ଘର ତିଆରି ଚାଲିଛି । ଏନଏସି ହାତ ବାନ୍ଧି ବସିଥିବା ବେଳେ ଘୋଷଣାନାମା ଦେଇ ଜମି ବିକ୍ରି କରାଯାଉଥିବା କୁହାଯାଉଛି । ତେବେ ଚାଷ ଜମିର କିସମ ପରିବର୍ତ୍ତନ ନକରି ଘର ତିଆରି ହେଉଥିବାରୁ ଏନେଇ ତହସିଲଦାର ପଦକ୍ଷେପ ନେବା କଥା କହି ଦୋଷ ଠେଲି ଦିଆଯାଇଛି ।

ରିଅଲଇଷ୍ଟେଟ ନାଁରେ ଜମି ବ୍ୟବସାୟ କରି କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି ଜମି ମାଫିଆ । ଆଉ ସେପଟେ ସହରରେ ଜାଗା ଖଣ୍ଡିଏ ପାଇଁ ଚାହିଁ ବସିଛନ୍ତି ସାଧାରଣ ଲୋକଟିଏ । .. .

Leave A Reply

Your email address will not be published.