Latest Odisha News

BREAKING NEWS

[ଭିଡ଼ିଓ]ନବଜାତ ଶିଶୁ ଚୋରି ଅଭିଯୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁଟିକୁ ନେଇଗଲେ ଜଣେ ଅଜଣା ମହିଳା

ସୁବର୍ଣ୍ଣପୁର:ନବଜାତ ଶିଶୁ ଚୋରି ଅଭିଯୋଗ । ଏହିଭଳି ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡ଼ରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି।

ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀଙ୍କୁ ପ୍ରସୂତିକାଳନୀ କଷ୍ଟ ହୋଇଥିଲା । ଏହାପରେ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ଗତକାଲି ସକାଳେ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ହେଲେ ସେହି ବିଭାଗରେ ଶଯ୍ୟା ଅଭାବରୁ ମା’ ଓ ଶିଶୁ ଉଭୟ ପ୍ରସୂତି ୱାର୍ଡ଼ର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ ।

ଆଜି ସକାଳୁ ସନ୍ତୋଷିନୀ କିଛି ସମୟ ପାଇଁ ସେଠାରୁ ଯାଇଥିବାବେଳେ ତାଙ୍କ ଶାଶୁ ଶିଶୁ କନ୍ୟାକୁ ଧରିଥିଲେ । ଜଣେ ଅଜଣା ମହିଳା ଆସି ଶିଶୁଟିକୁ ଧରିବା ପାଇଁ କହି ତାଙ୍କ କୋଳରୁ ନେଇ ଯାଇଥିଲେ । କିଛି ସମୟ ପରେ କନ୍ୟା ସନ୍ତାନଟିକୁ ମହିଳା ଜଣକ ନେଇ ଫେରାର ହୋଇଯାଇଥିବା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.