Latest Odisha News

BREAKING NEWS

ନାରାୟଣପୁର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ମୃତ

ନାରାୟଣପୁର: ଛତିଶଗଡ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ବିସ୍ଫୋରଣରେ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜଙ୍ଗଲକୁ ଝାଡୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଉପରେ ପଡ଼ିଗଲା ଗୋଡ଼। ବିସ୍ଫୋରଣରେ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତଙ୍କୁ ନାରାୟଣପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଜଙ୍ଗଲ ରାସ୍ତାରେ ଏହି ଆଇଇଡି ଲଗାଇଥିଲେ। କାନାଗା ଗ୍ରାମର ଦୁଇ ଜଣ ଆଦିବାସୀ ଯୁବକ ମରକୁଡ ଜଙ୍ଗଲକୁ ଝାଡୁ ସଂଗ୍ରହ କରିବା ଲାଗି ଯାଇଥିଲେ। ଜଙ୍ଗଲ ରାସ୍ତାରେ ଯିବାବେଳେ ନକ୍ସଲ ମାନେ ଜଙ୍ଗଲ ଭିତରେ ଲଗାଇଥିବା ଲ୍ୟାଣ୍ଡମାଇନ ଉପରେ ଗୋଡ ପଡିଥିଲା।

ଫଳରେ ଲ୍ୟାଣ୍ଡମାଇନଟି ବୋସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ନାରାୟଣପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.