Latest Odisha News

BREAKING NEWS

ସକ୍ରିୟ ଲାଲବାହିନୀ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଥରିଲା ତେଲେଙ୍ଗାନା ସୀମାନ୍ତ

ମାଲକାନଗିିରି: କରୋନା ମହମାରୀ ଭୟରେ ଆମସମର୍ପଣ କରୁଛନ୍ତି। ହେଲେ ଏବେ ବି ନକ୍ସଲଙ୍କ ମୁହିଁ ଫୁଟାଣୀ କିଛି କମିନାହିଁ। ପୁଣିଥରେ ଘଟାଇଛନ୍ତି ଶକ୍ତିଶାଳୀ ବିସ୍ଫୋରଣ । ଏଥର ଟାର୍ଗେଟ୍ ସାଜିଥିଲା ମାଲକାନଗରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରୀ କୋତାଗୁଡେମ୍ ଜିଲ୍ଲା।

ମିଳିଥିବା ରିପୋର୍ଟ ଅନୁଯାୟୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ସ୍ଥାନୀୟ ବାସିନ୍ଦା ଆହତ ହୋଇଥବା ସୂଚନା ରହଛି। ଆହତଙ୍କୁ ଗୁରୁତର ଅବସ୍ଥାରେ ନିକଟତର ମେଡିକାଲରେ ଭର୍ତି କରାଯାଇଛି। ଚେରଲା ଥାନା ଅନ୍ତର୍ଗତ ପେଟାଚେରଲା ଗ୍ରାମର ଜଣେ ଯୁବକ ଜଙ୍ଗଲ ରାସ୍ତା ଦେଇ ସହରକୁ ଯାଉଥିବା ସମୟରେ କିଛି ମାଓ ପୋଷ୍ଟର ଲାଗିଥିବା ଦେଖିଥିଲେ। ପୋଷ୍ଟରରେ କଣ ଲେଖା ହୋଇଛି ଜାଣିବା ଲାଗି ଯୁବକ ଜଣକ ଦେଖିବାକୁ ଯାଇଥିବା ବେଳେ ଶକ୍ତିଶାଳୀ ବିସ୍ପୋରଣ ହୋଇଥିଲା।
ତେବେ ସାଧାରଣ ଜନତା ନୁହେଁ ବରଂ ଯବାନଙ୍କୁ ଟାର୍ଗେଟ କରି ଏହି ଲ୍ୟାଣ୍ଡ ମାଇନ ଲଗାଯାଇଥିବା ଜଣାପଡ଼ିଛି। ବିସ୍ପୋରଣ ପରେ ଘଟଣା ସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.