Latest Odisha News

BREAKING NEWS

ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡିକାଲ କଲେଜ

ଭୁବନେଶ୍ୱର: ଆସନ୍ତାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡ଼ିକାଲ କଲେଜ । ଏନେଇ ଆଜି ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ୨୦୨୨-୨୩ ବର୍ଷରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ୧୦୦ ଏମବିବିଏସ୍ ସିଟ୍, ୫୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି ।

୨୭୧ ଜଣ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉଥିବା ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ମେଡ଼ିକାଲ କଲେଜ ପ୍ରସ୍ତୁତି କରାଯାଉଛି । ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସରକାର ମେଡିକାଲ ସିଟ୍ ପାଇଁ ଆବେଦନ କରିବେ ।

ଏହାବ୍ୟତୀତ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ କହିଛନ୍ତି ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଦ୍ଵିତୀୟ ଏମ୍ସ ନେଇ ରାଜ୍ୟ ସରକାର ୨୦୦ ଏକର ଜମି ଓ ଡିଏମଫ୍ ଫଣ୍ଡରୁ ଅର୍ଥ ସହ ସମସ୍ ସହାୟତା କରିବେ ପ୍ରତିଶ୍ରୁତି ଦେଇଥିବା ଗୃହରେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

Leave A Reply

Your email address will not be published.