Latest Odisha News

ଯାଜପୁରରେ ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ଯାଜପୁର: ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା । ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ପାଇଁ ଜମି ଅଧିକରଣ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା କାରଣରୁ ପ୍ରକଳ୍ପ କାମ ଅଧାରେ ଅଟକି ରହିଛି ।

ଏହି ମଡେଲ ଜେଲ୍ ପାଇଁ ମୋଟ ୨୦ ଏକର ଜମି ଅଧିଗ୍ରହଣ ପରେ ପୋଲିସ ହାଉସିଂ କର୍ପୋରେସନ କୁ ହସ୍ତାନ୍ତର କରାଯାଇଛି ।

ଏହି ପ୍ରକଳ୍ପ ହେଲେ ବିଚାରଧୀନ କଏଦୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ମାଜିଷ୍ଟ୍ରେଟଙ୍କ ସହିତ ଯାଜପୁର ସଦର ପୋଲିସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.