ଶୀର୍ଷକ ପଢିଲା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଆପଣମାନେ ଭାବୁଥିବେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ହୁଏତ ବଳାତ୍କାରୀ ହିଁ ବସବାସ କରନ୍ତି । କଥାଟି ସତ , କିନ୍ତୁ ସତ ପଛର କାହାଣୀ କିଛି ଅଲଗା ।
ଆମେରିକାର ଫ୍ଲୋରିଡ଼ା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ରହିଛି ଏମିତି ଏକ ଗାଁ , ଯାହା ବଳାତ୍କାରୀଙ୍କ ଗାଁ ଭାବେ କୁଖ୍ୟାତ । ଗାଁରେ ରୁହନ୍ତି ଦୁଇ ଶହରୁ ଅଧିକ ଲୋକ ଯେଉଁମାନେ କି ସମସ୍ତେ ଜଣେ ଜଣେ ବଳାତ୍କାରୀ । ଅର୍ଥାତ୍ ଏହି ଗାଁର ସବୁ ବାସିନ୍ଦାଙ୍କ ପଛରେ ଅଛି ବଳାତ୍କାର କରିବା ଭଳି ହୀନ କାରନାମାର ସଙ୍ଗୀନ ଅଭିଯୋଗ, ଯାହା ପ୍ରମାଣିତ ମଧ୍ୟ ହୋଇଛି ।
ପାରମ୍ପରିକ ଭାବେ ଏହି ଗାଁ ତିଆରି ହୋଇନାହିଁ । ଏଭଳି ଏକ ଗାଁ ତିଆରି ପଛରେ ସ୍ଥାନୀୟ ପ୍ରଶାସନର କିଛି ଉଦ୍ଦେଶ୍ୟ ରହିଛି । ସୂଚନା ଅନୁସାରେ, ଷାଠିଏ ଦଶକରେ ଏଭଳି ଏକ ଗାଁର ପରିକଳ୍ପନା କରିଥିଲା ସ୍ଥାନୀୟ ପ୍ରଶାସନ । ସେ ସମୟରୁ ଦୋଷୀ ସାବ୍ୟସ୍ତ ବଳାତ୍କାରୀଙ୍କୁ ଏଠାରେ କଳାପାଣି ଦଣ୍ଡସ୍ୱରୂପ ରଖାଯାଉଥିଲା । ଏହି ଗାଁଟି ସେ ସମୟରେ ଜନବସତିଠାରୁ ବେଶ୍ ଦୂରରେ ଥିଲା । ଦୀର୍ଘ ବର୍ଷ ପରେ ବି ଜନବସତି ଦୂରରେ ଥିବା ଏହି ଗାଁର ସମସ୍ତ ବାସିନ୍ଦା ହେଉଛନ୍ତି ଜଣେ ଜଣେ ଦୋଷୀ ସାବ୍ୟସ୍ତ ଅପରାଧୀ । ସେଠାକାର ଆଇନ ଅନୁସାରେ କୌଣସି ବ୍ୟକ୍ତି ବଳାତ୍କାର କରିବା ପରେ ତାଙ୍କୁ ଦଣ୍ଡସ୍ୱରୂପ ଏହି ଗାଁରେ ରଖାଯାଇଥାଏ । ସ୍ଥାନୀୟ ପ୍ରଶାସନର ଯୁକ୍ତି ଏଭଳି ପରିବେଶ ଭିତରେ ରହିଲେ ଦୋଷୀ ସାବ୍ୟସ୍ତ ଅପରାଧୀ ନିଜକୁ ସୁଧାରିବା ପାଇଁ ଚେଷ୍ଟା କରିଥାଏ ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.