Latest Odisha News

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି । ଚମ ଧୁଡୁ ଧୁଡୁ ହେଲାଣି ହେଲେ ମନରେ ଥିବା ଭକ୍ତି ତାଙ୍କୁ ଏତେ ଦୂର ଟାଣିଆଣିଛି । ତାହା ପୁଣି ସାଇକେଲ ଯୋଗେ ।

ଯେ ଭକ୍ତର ମନର କଥା ଜାଣି ପାରନ୍ତି  ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ l ତାଙ୍କରି  ଦର୍ଶନ ପାଇବାକୁ ସୁଦୁର ଅଯୋଧ୍ୟାରୁ ଧାଇଁ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ । ସେ  ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର କିଛି ଲୋକଙ୍କୁ ସେ ପୁରୀ ଯିବାର ରାସ୍ତା ପଚାରିଥିଲେ ।

ସେମାନେ ତାଙ୍କ ସହ କଥା ହେବା ପରେ ଜାଣିବାକୁ ପାଇଥିଲେ ଯେ ସେ ସୁଦୂରରୁ ସାଇକେଲ୍ ଯୋଗେ ଆସିଛନ୍ତି । ଜଗଦୀଶ ମହାରାଜ ପ୍ରାୟ ପାଞ୍ଚ ଦିନ ହେବ ଓଡିଶାରେ ପହଞ୍ଚି ପୁରୀ ଅଭିମୁଖେ ବାହାରିଛନ୍ତି l ପରେ ସେମାନେ ବୃଦ୍ଧଙ୍କୁ ଯଥା ସମ୍ଭବ ଆତିଥ୍ୟ ପ୍ରଦାନ କରିଛନ୍ତି । ସ୍ଥାନୀୟ କିଛି ସ୍ଵେଚ୍ଛାସେବୀମାନେ ବୃଦ୍ଧଙ୍କୁ କମ୍ବଳ, ଗାମୁଛା , ଫଳ ଦେଇ ତାଙ୍କୁ ବିଦାୟ କରିଛନ୍ତି ।

Leave A Reply

Your email address will not be published.