Latest Odisha News

ଛତିଶଗଡ଼ ନାରାୟଣପୁରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ଫୋରଣ; ୩ ଯବାନ ସହିଦ

ମାଲକାନଗିରି : ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ଫୋରଣ। ସୂଚନା ମୁତାବକ ନାରାୟଣପୁର ଜିଲ୍ଲାର କଡେନାଡ଼ ଓ ମନ୍ଦଡା ରାସ୍ତାରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ପୋରଣରେ ଉଡିଲା ପୋଲିସ ବସ ।

ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୫ରୁ ଅଧିକ ଡିଆରଜି ଯବାନ ଗୁରୁତର ହୋଇଛନ୍ତି। ଏହସହିତ
୩ ଯବାନ ଶହୀଦ ହୋଇଥିବା ବେଳେ ୮ ରୁ ଅଧିକ ଗୁରତ୍ୱର ହୋଇଥିବା ସୂଚନା ମିଳିଛି।

୨୦ ରୁ ଅଧିକ ଯବାନ ବସରେ ଥିବା ଜଣାପଡିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.