Latest Odisha News

କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲରେ ପାଳନ ହେଲା ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ

କଟକ: ଆଜିକୁ ଠିକ ଶହେ ବର୍ଷ ପୂର୍ବେ କଟକ ଆସିଥିଲେ ମହାତ୍ମାଗାନ୍ଧୀ । ତେବେ ସେହି ଦିନକୁ ଆଜି ମନେ ପକାଇଛନ୍ତି କଟକ ସହରବାସୀ । ଆଜି ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକି ଉତ୍ସବ ପାଳନ କରୁଛି ସମଗ୍ର ସହର ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତା, କର୍ମୀ ସହରର ସମସ୍ତ ପୂଜା କମିଟି କର୍ମକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସମସ୍ତେ ଏକତ୍ରିତ ହୋଇ ଏହି ଦିନକୁ ମନେ ପକାଛନ୍ତି ।

କଟକ ସଦର ଜରିପଡା ସ୍ଥିତ କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲରେ ମଧ୍ୟ ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ ପାଳନ ହୋଇଛି । ବାପୁଙ୍କ ସେହି ସତ୍ୟ ଓ ଅହିଂସା ବାର୍ତ୍ତାକୁ ଉଜ୍ଜ୍ଵିବିତ କରି ରଖିବା ପାଇଁ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଛି ବାପୁଙ୍କର ୯ ଫୁଟର ଏକ ପ୍ରତିମୂର୍ତ୍ତି । ଯେଉଁଥିରେ ବାପୁ ଧ୍ୟାନ ମୁଦ୍ରାରେ ବସିଛନ୍ତି ।

ସର୍ବଦା ପିଲାମାନଙ୍କ ପାଠପଢ଼ାରେ ଭାରତୀୟ ସଂସ୍କୃତିକୁ ପ୍ରାଧନ୍ୟ ଦେଇ ଆସୁଥିବା କହିଛନ୍ତି କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲର ଡ଼ାଇରେକ୍ଟର ।

Leave A Reply

Your email address will not be published.