Latest Odisha News

BREAKING NEWS

ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ନିକଟ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରୁ ପୁଣି ଜବତ ହେଲା ଲ୍ୟାଣ୍ଡମାଇନ୍ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁର ହାଣ୍ଡିଖାଲ ଜଙ୍ଗଲରୁ ଜବତ ହୋଇଛି ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡମାଇନ‌ । ବିଏସ୍‌ଏଫ୍‌ ଯବାନମାନେ ଲ୍ୟାଣ୍ଡମାଇନ୍ ସହ ମାଓବାଦୀଙ୍କ କିଛି ସାମଗ୍ରୀ ବି ଜବତ କରିଛନ୍ତି ।

BjdElectrycity

କୌଣସି ସୂତ୍ରରୁ ଖବର ପାଇ ବିଏସ୍‌ଏଫ୍‌ ଯବାନମାନେ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏତିକିବେଳେ ଜଙ୍ଗଲରେ ଡ୍ରମ୍‌ ଭିତରେ ରଖି ପୋତାଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡମାଇନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଥିଲେ ।

ମାଓବାଦୀମାନେ କୌଁସି ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିବା କୁହାଯାଉଛି । ଏଥିପାଇଁ ଏସବୁ ଜିନିଷ ଜଙ୍ଗଲରେ ଲୁଚାଇ ରଖିଥିଲେ । ଅଫୁଟା ଲ୍ୟାଣ୍ଡମାଇନ୍‌ଟିକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରିଛନ୍ତି ।

Leave A Reply

Your email address will not be published.