Latest Odisha News

BREAKING NEWS

ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି: ଆଜି ଓଡ଼ିଶା-ବଙ୍ଗଳା ମୁକାବିଲା

କଟକ: ଆଜିଠାରୁ ଆରମ୍ଭ ହେଉଛି ସୟଦ୍‌ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ୱେଣ୍ଟି-20 ଟୁର୍ଣ୍ଣାମେଣ୍ଟ । କୋଲକାତାରେ ଆଜି ଅଭିଯାନ ଆରମ୍ଭ କରିବ ଓଡ଼ିଶା । ଏଲିଟ୍‌ ଗ୍ରୁପ୍ ‘ବି’ରେ ଥିବା ଓଡ଼ିଶା ଆଜି ଘରୋଇ ବଙ୍ଗଳା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । ଚଳିତବର୍ଷ ଏହା ପ୍ରଥମ ଘରୋଇ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ ।

ଉଭୟ ଓଡ଼ିଶା ଓ ବଙ୍ଗଳା ଦଳରେ କିଛି ଅଭିଜ୍ଞ ଖେଳାଳି । କିଛି ନବାଗତଙ୍କୁ ବି ସୁଯୋଗ ମିଳିଛି । ୨୦ ଜଣିଆ ଓଡ଼ିଶା ଦଳ ଗତ ୨ ତାରିଖରେ କୋଲକାତାରେ ପହଞ୍ଚିଥିଲା । କ୍ୱାରେଣ୍ଟାଇନରେ ରହିଥିଲେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ।

ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ସହ ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟଙ୍କ ସମେତ ଦଳରେ ଅଛନ୍ତି ୯ ଜଣ ନବାଗତ ଖେଳାଳି । ଆଗକୁ ଓଡ଼ିଶା ହାଇଦ୍ରାବାଦ, ତାମିଲନାଡୁ, ଝାଡ଼ଖଣ୍ଡ ଓ ଆସାମ ବିପକ୍ଷରେ ମ୍ୟାଚ୍ ଖେଳିବ । ଦେଶରେ କରୋନା ସଂକ୍ରମଣ ପରେ ବିସିସିଆଇର ଏହା ସର୍ବପ୍ରଥମ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ।

Leave A Reply

Your email address will not be published.