Latest Odisha News

BREAKING NEWS

ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି: ସୀମାନ୍ତ ଛତିଗଡ଼ରେ ନକ୍ସଲଙ୍କର ଏକ ବଡ଼ ଯୋଜନାକୁ ପଣ୍ଡ କଲେ ଯବାନ। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ଠାବ କଲେ ସୁରକ୍ଷା ବାହିନୀ । ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ଚେରପାଲ ଏବଂ ପାଲନାର ରାସ୍ତାରେ ନକ୍ସଲ ୪୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ସୁରକ୍ଷାକର୍ମୀ ଏହି ରାସ୍ତାରେ ସର୍ଚ୍ଚ ଅପରେସନକୁ ଯିବା ସମୟରେ ଟାର୍ଗେଟ କରିବା ପାଇଁ ଯୋଜନା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସିଆରପିଏଫ୍ ୨୨୨ ବାଟାଲିୟନର ଯବାନ ମାନେ ଶୁକ୍ରବାର ସକାଳେ ପାଲନାର କ୍ୟାମ୍ପରୁ ସର୍ଚ୍ଚ ଅପରେସନ ଲାଗି ବାହାରିଥିଲେ । ହେଲେ ଚେରପାଲ ଠାରୁ ଦୁଇ କିଲୋମିଟର ଦୂର ପାଲନାର ରାସ୍ତାରେ ନକ୍ସଲମାନେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲଗାଇଥିବା ଏକ ବଡ଼ ଲ୍ୟାଣ୍ଡମାଇନ ଠାବ କରିଥିଲେ । ଲ୍ୟାଣ୍ଡମାଇନର କମାଣ୍ଡ ସ୍ବିଚକୁ ପ୍ରାୟ ଦେଢ ଶହ ମିଟର ଦୁରରେ ଖଞ୍ଜାଯାଇଥିଲା। ତେବେ ବୋମା ନିଷ୍କ୍ରିୟକାରୀ ଟିମ୍ ଏହାକୁ ଅତି ସତର୍କତା ସହ ନିଷ୍କ୍ରିୟ କରିଛନ୍ତି ।

ବିଜାପୁର ଏସ୍‌ପିଙ୍କ ସୂଚନାନୁଯାୟୀ, ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ୍ କରିବା ଲାଗି ମାଓବାଦୀ ମାନେ ଚେରପାଲ ପାଲାନାର ରାସ୍ତାରେ ଏହି ୪୫ କିଲୋଗ୍ରାମ ଆଇଇଡି ପୋତିଥିଲେ । ସତର୍କତା ଯୋଗୁଁ ବଡ ଧରଣର ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ ।

Comments are closed.