Latest Odisha News

BREAKING NEWS

ବର୍ଷା ପରେ ଭୂସ୍ଖଳନ; ବାପ-ପୁଅ ନିଖୋଜ

ପାରଳାଖେମୁଣ୍ଡି: ପ୍ରବଳ ବର୍ଷାରେ ବେହାଲ ଗଜପତି। କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଠାରେ ବର୍ଷା ପରେ ଭୂସ୍ଖଳନ ହୋଇଛି। ଫଳରେ ବାପ-ପୁଅ ନିଖୋଜ ହୋଇଯାଇଛନ୍ତି। ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ ହୋଇଛି। ଭୂସ୍ଖଳନରେ ମାଟି ତଳେ ବାପ-ପୁଅ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ଓ ପୋଲିସ। ରାୟଗଡ଼ରୁ ନୂଆଗଡ଼ ଓ ରା.ଉଦୟଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ମାଟି ଅତଡ଼ା ଖସିଯାଇଛି। ଫଳରେ ଅଢେଇ ଗାଁ ଓ କୁଯାସିଂ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ଅନ୍ୟପଟେ ଆଜି ପବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଆର.ଉଦୟଗିରି ଗ୍ରାମ୍ୟ ପରିମଳ ବିଭାଗୀୟ ଉପଖଣ୍ଡ କାର୍ଯ୍ୟାଳୟର ପରିସରରେ ଏକ ବୋଲେରା ଗାଡିଟି ବୁଡି ଯାଇଛି। ଉଦୟଗିରି ଠାରୁ ରାମଗିରିକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟକାୟ ଗଛ ପଡିବା ସହ ପାହାଡ଼ରୁ ଅତଡ଼ା ଖସିଛି। ଖଜୁରୀପଦା ୩୨୬ ଜାତୀୟ ରାଜପଥରେ ୨ ଫୁଟ୍‌ର ପାଣି , ଛେଳିଗଡ଼ ପଞ୍ଚାୟତର ଡେଙ୍ଗା ଆମ୍ବ ନିକଟରେ କଲଭର୍ଟଟି ଭୁଶୁଡି ପଡିଛ। ମହେନ୍ଦ୍ରଗଡ଼ର ଲବାର ସିଂ ଠାରେ ଏକ ଘର ଭୁଶୁଡିପଡ଼ିଛି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନରେ ଜାତୀୟ ରାଜପଥ ରାସ୍ତା ଉପରେ ତିନି ଫୁଟ୍‌ର ପାଣି ପ୍ରବାହିତ ହେଉଛି। ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଲୋକେ ଅଭିଯୋଗ କରିଛନ୍ତି।

Comments are closed.