Latest Odisha News

BREAKING NEWS

ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ; ଭୂସ୍ଖଳନରେ ୪ ମୃତ, ୩ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଖଲାପୁର ତହସିଲ ଇର୍ଶଲୱାଡିରେ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ଜୀବନ ହାନି ଘଟିଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଘର ଭୁଶୁଡି ଯିବାରୁ ୧୦୦ ରୁ ଅଧିକ ଲୋକ ଫଶି ରହିଛନ୍ତି। ଏଠାରେ ପ୍ରାୟ ୭୦ ରୁ ୭୫ ଘର ଅଛି ଏବଂ ଏହି ଭୂସ୍ଖଳନରେ ପ୍ରାୟ ୩୦ ରୁ ୩୫ ଭୁଶୁଡି ପଡିଛି। ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ମନ୍ତ୍ରାଳୟ ବିପର୍ଯ୍ୟୟ ନିୟନ୍ତ୍ରଣ ପ୍ରକୋଷ୍ଠରେ ପହଞ୍ଚି ରାୟଗଡ ଭୂସ୍ଖଳନର ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଏନଆରଡିଏଫ ଅଧିକାରୀ କହିଛନ୍ତି ଯେ ଏନଡିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏହି ଅପରେସନରେ ଯୋଗଦେବା ପାଇଁ ଆଉ ଦୁଇଟି ଦଳ ମୁମ୍ବାଇରୁ ବାହାରିଛନ୍ତି। ଏହି ଘଟଣା ପରେ ରାଇଗଡ ପୋଲିସ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି। କୁହାଯାଉଛି ଯେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ଥିବା ରାସ୍ତାଗୁଡ଼ିକ ବହୁତ ସଂକୀର୍ଣ୍ଣ ଏବଂ ମାଟି ରାସ୍ତା। ତେଣୁ ଏପର୍ଯ୍ୟନ୍ତ ଜେସିବି ଗାଡି ମଧ୍ୟ ପହଞ୍ଚି ପାରିନାହିଁ। କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୮ ପରିବାର ଉକ୍ତ ସ୍ଥାନରେ ରହୁଥିଲେ। ଏହି ଭୂସ୍ଖଳନରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଖର୍ଚ୍ଚ ବହନ କରିବେ।

Leave A Reply

Your email address will not be published.