Latest Odisha News

BREAKING NEWS

ଟ୍ରେନ୍ ଟ୍ରାକ ଉପରେ ଧସିଲା ମାଟି ଅତଡ଼ା, ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ଟ୍ରେନ୍ ଟ୍ରାକ ଉପରେ ଧସିଲା ମାଟି ଅତଡ଼ା । ଜରଟି-ମାଲିଗୁଡ଼ା ରେଲଓ୍ୱେ ଟ୍ରାକ୍ ଉପରେ ମାଟି ଅତଡା ଧସିବାରୁ କୋରାପୁଟ-କିରଣ୍ଡୁଲ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା କାରଣରୁ ରେଲୱେ ଟ୍ରାକ ଉପରେ ଏହି ମାଟି ଅତଡା ଧସିଥିବା ନେଇ ସୂଚନା ରହିଛି ।

ଜରଟି-ମାଲିଗୁଡ଼ା ରେଲଓ୍ୱେ ଟ୍ରାକ୍ ଉପରେ ମାଟି ଅତଡା ଖସିବା ଯୋଗୁ ମାଲଗାଡି ସମେତ ତିନୋଟି ଟ୍ରେନ ଅଟକି ରହିଛି । ହୀରାଖଣ୍ଡ ଏକ୍ସସ୍ପ୍ରେସ ସହ ସମଲେଶ୍ବରୀ ଏକ୍ସପ୍ରେସ୍ ଅଟକିଛି । ସେହିପରି ରାଉରକେଲା ଇଣ୍ଟରସିଟି ସହ ବିଶାଖାପାଟଣା କିରଣ୍ଡୁଲ ଏକ୍ସପ୍ରେସ ମଧ୍ୟ ଅଟକି ରହିଥିବା ଜଣାଯାଇଛି ।

ଫଳରେ ଭୁବନେଶ୍ୱର ଜଗଡଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଓ କିରଣ୍ଡୁଳ ବିଶାଖାପାଟଣା ପାସେଞ୍ଜର ଟ୍ରେନ ବାତିଲ ହୋଇଛି । କୋରାପୁଟରୁ ଜୟପୁର, ଜଗଦଲପୁର ଯାତାୟାତ ବନ୍ଦ ହୋଇଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

Comments are closed.