Latest Odisha News

BREAKING NEWS

ଅଷ୍ଟ୍ରେଲିଆ ମୁଖ୍ୟ କୋଚ ପଦରୁ ହଠାତ ଇସ୍ତଫା ଦେଲେ ଲାଙ୍ଗର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର ସମସ୍ତଙ୍କୁ ଚକିତ କରି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟି୨୦ ବିଶ୍ୱକପ ଓ ଆଶେସ ସିରିଜ ସଫଳତା ପରେ ସେ କାହିଁକି ଇସ୍ତଫା ଦେଲେ ସେ ନେଇ ପ୍ରଶ୍ନବାଚର ସୃଷ୍ଟି ହୋଇଛି । କ୍ରିକେଟ ଅଷ୍ଟ୍ରେଲିଆର ଗଭର୍ଣ୍ଣିଂ ବଡି ଓ କିଛି ସିନିୟର ଖେଳାଳିଙ୍କ ସହ ମତଭେଦ ହେବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।

୨୦୧୮ରେ ଲାଙ୍ଗର ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ ଅଷ୍ଟ୍ରେଲିଆ ଟିମର ପ୍ରଦର୍ଶନରେ ଉନ୍ନତି ଘଟିଥିଲା । ଟେଷ୍ଟ ଟିମ ର‌୍ୟାଙ୍କିଙ୍ଗରେ ମଧ୍ୟ ଦଳ ଶୀର୍ଷରେ ପଂହଚିଥିଲା । ସୂଚନାଯୋଗ୍ୟ, ଲାଙ୍ଗର ଜାତୀୟ ଦଳ ପକ୍ଷରୁ ୧୯୯୩ରୁ ୨୦୦୭ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୧୦୫ ଟେଷ୍ଟରେ ୨୩ ଶତକ ସହ ୭୬୯୬ ରନ କରିଥିଲେ ।

Comments are closed, but trackbacks and pingbacks are open.