Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତରେ ଲଙ୍କାପୋଡି ନୀତି

ପୁରୀ : ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ କରାଯାଇଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳା ପ୍ରାପ୍ତ ହେବା ପରେ ରାବଣ ଓ ହନୁମାନ ବେଶଧାରୀ ଚରିତ୍ର ବୀରବାଦ୍ୟର ତାଳେ ତାଳେ ନୃତ୍ୟ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚିଥିଲା ।

ଅନ୍ୟପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ବିମାନରେ ଯାଇ ସେଠାରେ ପହଂଚିବା ପରେ ଲଙ୍କାପୋଡି ନୀତି ସମାପ୍ତ କରିବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ପୂର୍ବରୁ ଚମ୍ପାଗଡ଼, ଯଦୁତିଆଡ଼ି, ବଜ୍ରଗଡ଼ ଅମିନ, ନୂଆତୋଟା ଓ ଜଗତ ପ୍ରତିହାରୀ ଯାଗାରୁ ରାବଣ, ହନୁମାନ, ନାଗା, ମେଢ଼, ନବଶିରା, ସପ୍ତଶିରା, ପଞ୍ଚାଶିରା ଚରିତ୍ର ସମେତ ପାରମ୍ପରିକ ସମରକଳା ଆଦି ବାଦୀ ସାହି କୁଣ୍ଢେଇବେଣ୍ଟ ସାହି ପରିକ୍ରମା କରିଥିଲା ।

 

Leave A Reply

Your email address will not be published.