ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ଗଚ୍ଛିତ ବେଆଇନ୍ ବାଣ ଜବତ। ୨ ବ୍ୟବସାୟୀ ଅଟକ। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଡିଏନକେ ଓ ଯୁଭି ୩ ଡଙ୍ଗରୀଗୁଡ଼ାର ୨ ବ୍ୟବସାୟୀଙ୍କ ଘରେ ଚଢାଉ କରିଥିଲା ପୋଲିସ୍। ୨ ବ୍ୟବସାୟୀଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଜାରି ରଖିଛି।
ବିଜନ ମଲ୍ଲିକ ଓ ପ୍ରତାପ ଚନ୍ଦ୍ର ସାହାଙ୍କ ଘରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ ହୋଇଛି। ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ରେଡରୁ ପୋଲିସକୁ ଏହି ସଫଳତା ମିଳିଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ଵିରମିତ୍ରପୁର ଗୋଲବଜାର ମାର୍କେଟରେ ଥିବା ତିନୋଟି ବେଆଇନ ଵାଣ ଦୋକାନରେ ଵିରମିତ୍ରପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ପ୍ରାୟ କୋଟିଏ ଟଙ୍କା ମୁଲ୍ୟର ଵାଣ ଜଵତ କରିଥିଲା ପୋଲିସ । ତିନୋଟି ଦୋକାନରେ ଵିନା ଲାଇସେନ୍ସରେ ଵେଆଇନ ଭାବେ ମହଜୁଦ ଥିବା ୫ ଶହ ୪୫ ପେଟି ଵାଣ ଜଵତ ହୋଇଥିଲା ।