Latest Odisha News

BREAKING NEWS

ବିଶ୍ବର ସବୁଠାରୁ ବଡ ହିନ୍ଦୁ ମନ୍ଦିର, କେଉଁଠାରେ ରହିଛି ଆସନ୍ତୁ ଜାଣିବା…

ମୁମ୍ବାଇ : ଭାରତ ହେଉଛି ଏକ ଧର୍ମ ପରାୟଣ ଦେଶ । ଏଠାରେ ଅନେକ ଛୋଟ ବଡ ମନ୍ଦିର ରହିଛି  ।  କିଛି ମନ୍ଦିର ତାର ପ୍ରାକୃତିକ କଳାନୌପଣ୍ୟ ଯୋଗୁଁ ପରିଚିତ ତ ଆଉ କିଛି ମନ୍ଦିର ତାର ଆକାର ଯୋଗୁଁ ।  ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ ।  କିନ୍ତୁ ଆପଣ ଜାଣନ୍ତି କି ବିଶ୍ବର ସବୁଠାରୁ ବଡ ହିନ୍ଦୁ ମନ୍ଦିର କେଉଁଠାରେ ରହିଛି । ଆସନ୍ତୁ ଜାଣିବା  । ହଁ ଆଜ୍ଞା କାମ୍ବୋଡିଆରାରେ ରହିଛି ଅଙ୍ଗକୋର୍ ଓ୍ବାଟ୍ ମନ୍ଦିର   । ଏହା ହେଉଛି ବିଶ୍ବର ସବୁଠାରୁ ବଡ ହିନ୍ଦୁ ମନ୍ଦିର ।  

ଦ୍ବାଦଶ ଶତାଦ୍ଦୀରେ ସୁବର୍ମନ୍ ଦ୍ବିତୀୟଙ୍କ ଦ୍ବାରା ଏହି ମନ୍ଦିର ନିର୍ମିତ ହୋଇଥିଲା । ୟୁନେସ୍କୋ ପକ୍ଷରୁ ଏହି ମନ୍ଦିରକୁ  ବିଶ୍ବ ଏୗତିହ୍ୟ ସ୍ଥଳ ଭାବରେ ମାନ୍ୟତା ମିଳିଛି । ୬୨୦ ଏକର ସ୍ଥାନରେ ପରିବ୍ୟାପ୍ତ ଏହି ମନ୍ଦିର । ମନ୍ଦିରରେ ସମୁଦାୟ ୯ ଟି ଶିଖର ରହିଛି ।  ମନ୍ଦିରର କାନ୍ଥବାଡରେ ବହୁ ହିନ୍ଦୁ କଳାକୃତି ଦେଖିବାକୁ ମିଳେ । ଯାହା ତଥ୍ୟ ରହିଛି ବହୁ ପୁରାତନ କାଳରେ ଏହା ଏକ ହିନ୍ଦୁ ମନ୍ଦିର ଭାବରେ ବ୍ୟବହୃତ ହେଉଥିଲା  । କିନ୍ତୁ ପରବର୍ତ୍ତୀ ସମୟରେ ବୁଦ୍ଧ ଭିକ୍ଷୁ ମାନେ ଏହାକୁ ଗ୍ରହଣ କରିଥିଲେ ।  ବିଷ୍ଣୁ ଭଗବାନଙ୍କୁ ପୂଜା କରିବା ଲାଗି ଏହି ମନ୍ଦିର ନିର୍ମିତ ହୋଇଥିଲା ।

Comments are closed.