Latest Odisha News

ଶ୍ରୀମନ୍ଦିରରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ

ପୁରୀ: ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା ଗମନ ପରେ ASI ପକ୍ଷରୁ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହି କ୍ରମରେ ଆଜି ଠାରୁ ଶ୍ରୀମନ୍ଦିରର ଲେଜର ସ୍କାନିଂ ଆରଂଭ ହୋଇଛି। ଏ ନେଇ ପୂର୍ବରୁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ନିସ୍ପତି ଅନୁଯାୟୀ ଶ୍ରୀମନ୍ଦିର ଗର୍ଭଗୃହର ଲେଜର ସ୍କାନିଂ ନ କରିବାକୁ ନିଷ୍ପତ୍ତି ହୋଇଛି । କେବଳ ନାଟ ମଣ୍ଡପ, ଜଗମୋହନ ଓ ଭୋଗ ମଣ୍ଡପର ହେବ ଲେଜର ସ୍କାନିଂ ।

ଲେଜର ସ୍କାନିଂର ତଦାରଖ ଲାଗି ଶ୍ରୀମନ୍ଦିର ପ୍ରଶାସନର ଏକ ଇଂଜିନିୟରିଂ ଟିମ ସମେତ ଏକ ସେବାୟତ କମିଟି ଗଠନ ମଧ୍ୟ ହୋଇଛି ।। ଏହି ଟିମ ASI କାର୍ଯ୍ୟର ତଦାରଖ କରିବେ। ଏହା ଦ୍ୱାରା କଣ ସ୍ଥିତି ରହିଛି ଜଣାପଡିବ । ଲେଜର ସ୍କାନିଂରୁ ସୁଫଳ ମିଳିଲେ ତାହା ଅନୁଧ୍ୟାନ କରାଯାଇ ଗର୍ଭ ଗୃହର ଲେଜର ସ୍କ୍ରିନିଂ ଆସନ୍ତା ବର୍ଷ ହେବ । ଅନ୍ୟପଟେ ରୁପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର ।

ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା। ତେବେ ପ୍ରଥମ ପର୍ଯ୍ୟାୟରେ ୪ଟି ଦ୍ୱାର । ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ପଶ୍ଚିମ ଭୋଗ ମଣ୍ଡପ ଦ୍ୱାର ରୁପା ଛାଉଣୀ କାର୍ଯ୍ୟ ହେବ । ଏହାକୁ ପ୍ରଥମେ ଲଗାଯିବା ପରେ ସ୍ଥିତି ଦେଖି ଅନ୍ୟ ଦୁଆର ଗୁଡ଼ିକରେ ରୁପା କବାଟ କାମ ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

 

Comments are closed.