ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT)ର ଜଣେ ସକ୍ରିୟ ସଦସ୍ୟ ଶେଖ ମୋଇଜ୍ ମୁଜାହିଦଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁଜାହିଦର ଘର ବାହାରେ ଘଟିଥିଲା, ଯେଉଁଠାରେ ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରିଥିଲେ। ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
କସୁର ସହରରେ ହତ୍ୟା କରାଯାଇଥିବା ସୂଚନା ରହିଛି ।
ରିପୋର୍ଟ ଅନୁସାରେ, ଶେଖ ମୋଇଜ୍ ମୁଜାହିଦଙ୍କୁ ହାଫିଜ୍ ସଇଦର ନିକଟତର ବୋଲି ଥିଲା ଏବଂ ତାଙ୍କୁ ଲସ୍କର-ଏ-ତୈବାର ଜଣେ ଟପ୍ କମାଣ୍ଡର ଭାବରେ ମଧ୍ୟ ମାନ୍ୟତା ଦିଆଯାଇଥିଲା। କିନ୍ତୁ ଗୁଇନ୍ଦା ସଂସ୍ଥା ISI ଏହି ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହିଁ।
ନିହତ ଆତଙ୍କବାଦୀ ଶେଖ ମୋଇଜ ମୁଜାହିଦ ଦୀର୍ଘ ଦିନ ଧରି ଲସ୍କର-ଏ-ତୈବା ସହିତ ଜଡିତ ଥିଲା ଏବଂ ସଂଗଠନର ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ଥିଲା। ରିପୋର୍ଟ ଅନୁଯାୟୀ, ସେ ଲସ୍କର-ଏ-ତୈବା ଅନେକ ପ୍ରମୁଖ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ସମାନ ଘଟଣାରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ଅଧିକାଂଶ ମୋଷ୍ଟ ୱାଣ୍ଟେଡ୍ ଥିଲେ ଏବଂ ଦୀର୍ଘ ସମୟ ଧରି ପାକିସ୍ତାନରେ ରହୁଥିଲେ। ଏହି ସମସ୍ତ ଆତଙ୍କବାଦୀଙ୍କୁ ଅଜ୍ଞାତ ଆକ୍ରମଣକାରୀ ଗୁଳି କରିଥିଲେ।
Comments are closed.