Latest Odisha News

ସଫା ହେଲା ଭାରତର ଶତ୍ରୁ ଆତଙ୍କୀ ଅବୁ କତାଲ; ତୀର୍ଥଯାତ୍ରୀ ବସ ଉପରେ କରିଥିଲା ଆକ୍ରମଣ

ନୂଆଦିଲ୍ଲୀ: ଲସ୍କର-ଏ-ତୈବା ଆତଙ୍କବାଦୀ ଅବୁ କତାଲ ସିଂଘି କୁ ହତ୍ୟା । ଗତ ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ହତ୍ୟା ହୋଇଥିବା ସୂଚନା ମିଳିଛି । ୨୬/୧୧ ମୁମ୍ବାଇ ଆଟାକ୍ ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଘନିଷ୍ଠ ଅବୁ କତାଲ ଏନଆଇଏର ମୋଷ୍ଟ୍ ଓ୍ବାଣ୍ଟେଡ୍ ଥିଲା । ଜମ୍ମୁ-କଶ୍ମୀରରେ ଏକାଧିକ ହମଲାରେ ସାମିଲ୍ ଥିଲା  ଏହି ଆତଙ୍କବାଦୀ ।

ଜୁନ୍ ୯ରେ ଆତଙ୍କବାଦୀମାନେ ରିଆସି ଜିଲ୍ଲାର ଶିବ-ଖୋରୀ ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆକ୍ରମଣ କରିଥିଲେ। ଅବୁ କତାଲ ସିଂଘି ମଧ୍ୟ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ସେ ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ ଥିଲା। ମିଳିଥିବା ସୂଚନା ଅନୁଯାୟୀ, ଝେଲମ ଜିଲ୍ଲାରେ ଗତକାଲି ରାତି ଆଠଟା ସମୟରେ ଏହି ଆତଙ୍କବାଦୀକୁ ହତ୍ୟା କରାଯାଇଛି ।

୨୦୨୩ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ୧ ରେ , ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ଧଙ୍ଗ୍ରରୀ ଗ୍ରାମରେ ସାତ ଜଣଙ୍କୁ ହତ୍ୟା ମାମଲାରେ ଅବୁ କତାଲ ମୁଖ୍ୟ ଅଭିଯୁକ୍ତ ଥିଲା । ଏନଆଇଏ ଚାର୍ଜସିଟ୍ ଅନୁଯାୟୀ, ପାକିସ୍ତାନରେ ବସି ଏହି ଲସ୍କର ଆତଙ୍କବାଦୀ ଆକ୍ରମଣର ଯୋଜନା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆତଙ୍କବାଦୀଙ୍କୁ ନିୟୋଜିତ କରିଥିଲା।

କିଛିଦିନ ହେବ ପାକିସ୍ତାନରେ ରହସ୍ୟମୟ ପରିସ୍ଥିତିରେ ଅନେକ କୁଖ୍ୟାତ ଭାରତ ବିରୋଧୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ରିୟାଜ ଅହମ୍ମଦ( ଆବୁ କାସିମ ) । ଲସ୍କରର ଏହି ଟପ୍ କମାଣ୍ଡରଙ୍କୁ କରାଚିରେ ହତ୍ୟା କରାଯାଇଥିଲା। ଏହା ପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ବଶୀର ଅହମ୍ମଦ ପିରକୁ ଫେବୃଆରୀ ୨୦୨୩ ରେ ପାକିସ୍ତାନରେ ହତ୍ୟା କରାଯାଇଥିଲା। ସେହିପରି ଇସଲାମାବାଦରେ ରଫିକ୍ ନାକୁଙ୍କୁ ହତ୍ୟା କରାଯାଇଥିଲା। ସେ ହିଜବୁଲ ମୁଜାହିଦ୍ଦିନର ଜଣେ ବଡ ଆତଙ୍କବାଦୀ ଥିଲା ।

ଏବେ ଗତକାଲି ରାତିରେ ଲସ୍କରର ଟପ୍ ଆତଙ୍କବାଦୀ ଅବୁ କତାଲ ସିଂଘିକୁ ହତ୍ୟା କରାଯାଇଛି।
ଜମ୍ମୁ-କଶ୍ମୀରରେ ହୋଇଥିବା ଅନେକ ଆତଙ୍କବାଦୀ ଘଟଣାରେ ତା’ର ଭୂମିକା ପାଇଁ ସେନା ସମେତ ଅନେକ ସୁରକ୍ଷା ଏଜେନ୍ସି ଅବୁ କତାଲ ଉପରେ ନଜର ରଖିଥିଲେ।

Leave A Reply

Your email address will not be published.