Latest Odisha News

BREAKING NEWS

ମମତାଙ୍କ ଶେଷ ପ୍ରଚେଷ୍ଟା: ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟି କହିଲେ ମନର କଥା………

କୋଲକାତା: କୋଲକାତା ମେଡିକାଲ କଲେଜ ଦୁଷ୍କମ ଓ ଆନ୍ଦୋଳନକୁ ୩୩ ଦିନ ବିତିଗଲାଣି । ଏବେ ବି ନିଜର ଆକ୍ରୋଶ ଭରା ହୃଦୟରେ ବିକ୍ଷୋଭ କରୁଛନ୍ତି ଜୁନିୟର ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ଯାଇନଥିଲେ ଜୁନିୟର ଡାକ୍ତରମାନେ । ଏହାକୁ ନେଇ ଆଜି ନିଜେ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ମମତା । ଶନିବାର ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟି ନିଜ ମନର କଥା କହିଛନ୍ତି । ଆନ୍ଦୋଳନରତ ଡାକ୍ତରଙ୍କ ପାଇଁ ମମତା ରାତି ରାତି ଶୋଇପାରିନାହାନ୍ତି ବୋଲି କହିଛନ୍ତି । ଏଥିସହିତ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିଯିବା ପାଇଁ କହି ଡାକ୍ତରଙ୍କୁ କିଛି ସମୟ ମାଗିଛନ୍ତି ମମତା ।

ବିକ୍ଷୋଭ, ଜନ ଆକ୍ରୋଶ ଓ ସ୍ବଦଳ ବିରୋଧ ପରେ ଏବେ ନିଜର ଶେଷ ପ୍ରଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଆଜି ଯେଉଁଠି ଜୁନିୟର ଡାକ୍ତର ବିକ୍ଷୋଭ କରୁଛନ୍ତି ସେଠାକୁ ଯାଇ ମମତା କହିଛନ୍ତି, ମୋ ପଦବୀ ଠାରୁ ଆପଣମାନଙ୍କ ପଦବୀ ବଡ । ମୁଁ ଶୁକ୍ରବାର ରାତିରେ ଶୋଇପାରିନାହିଁ । ଆପଣମାନେ ରାତି ସାରା ବର୍ଷାରେ ବିକ୍ଷୋଭ ଜାରି ରଖିଥିଲେ ।  ଆପଣମାନେ ବହୁ କଷ୍ଟ କଲେଣି । ଯଦି ଆପଣମାନେ ଏହି ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ ରାଜି ହୁଅନ୍ତି ତାହାଲେ ମୁଁ ଅଧିକାରୀଙ୍କ ସହ କଥା ହୋଇ ଆପଣମାନଙ୍କ ସମସ୍ତ ଦାବି ଉପରେ ବିଚାର କରିବି । ସିବିଆଇକୁ ମଧ୍ୟ ଦୋଷୀକୁ ଫାସୀ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦିଆଯିବ । ମୁଁ ପ୍ରତିଶ୍ରୁତି ଦେଉଛି ସବୁ ଦାବି ଉପରେ ପୁଣି ବିଚାର କରିବି ।  ମୁଁ ରାତି ତମାମ ଶୋଇପାରୁନି ଯେତେବେଳେ ଆପଣମାନେ ରାସ୍ତାରେ ବିରୋଧ କରୁଥାନ୍ତି । ଏମିତି ୩୩ ଦିନ ହେଲାଣି ଜାରି ରହିଛି । ମୋ ଉପରେ ଭରସା କରି ମୋତା କିଛି ସମୟ ଦିଅନ୍ତୁ ବୋଲି ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ମମତା । ମୁଁ ଦୋଷୀ ବିରରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଡାକ୍ତରଙ୍କୁ ପ୍ରତିଶ୍ରୁତି ଦେିଚନ୍ତି ମମତା ।

 

Comments are closed.