Latest Odisha News

BREAKING NEWS

ପଞ୍ଚୁକର ଶେଷ ଦିନ; ଖାଁ ଖାଁ ଦେବାଳୟ

ଭୁବନେଶ୍ୱର: ମହା ପଞ୍ଚୁକ ବ୍ରତର ଆଜି ହେଉଛି ଶେଷ ଦିନ। ଧର୍ମ ମାସ କାର୍ତ୍ତିକର ଏହି ଶ୍ରେଷ୍ଠ ୫ ଦିନ ଗାଁ ଠୁ ସହର ସବୁଠୁ ଭିଡ଼ ଲାଗି ରହିଥିବା ବେଳେ ଚଳିତ ଥର କିନ୍ତୁ କୋଭିଡ ଯୋଗୁଁ ସବୁକିଛି ଫିକା ପଡିଛି। ବାଡ଼ି ଭୋରରୁ ଦେବାଳୟ ସମ୍ମୁଖରେ ଲାଗେ ଭକ୍ତଙ୍କ ଗହଳି। ଜନସମୁଦ୍ର ପାଲଟେ ମନ୍ଦିର ପ୍ରାଙ୍ଗଣ। ମାତ୍ର ଚଳିତ ଥର ଭକ୍ତ ଓ ଭାଗବାଙ୍କ ମଧ୍ୟରେ ପାଚେରୀ ସାଜିଛି କରୋନା ଭୂତାଣୁ। ସଂକ୍ରମଣ ଭୟରେ ସବୁଠି ତାଲା। ନିଜର ଆବେଗକୁ ଛାତିରେ ଚାପି ଧରି ମନ୍ଦିର ବାହାରେ ମୁଣ୍ଡିଆଟେ ମାରି ଫେରି ଆସୁଛି ଭକ୍ତ

ଏହି ମାସରେ ଶ୍ରୀଜିଉ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିବା ବେଳେ ଶେଷ ୫ଦିନରେ ୫ପ୍ରକାର ବେଶରେ ଦର୍ଶନ ଦେଇଥାଆନ୍ତି । କାର୍ତ୍ତିକ ମାସରେ ଏହି ବ୍ରତ ପାଳନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସେଥିପାଇଁ ବ୍ରତଧାରୀମାନେ ବେଶ ନିଷ୍ଠାର ସହିତ ଏହାକୁ ପାଳନ କରନ୍ତି ।

ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଥିବା ପୁଷ୍କରିଣୀ ଓ ମହୋଦଧୀରେ ସ୍ନାନ କରି ଉପବାସ ରଖିଥାଆନ୍ତି ବ୍ରତଧାରୀ। କାର୍ତ୍ତିକ ବ୍ରତର ଶେଷ ୫ ଦିନର ପ୍ରଥମ ଦିନ ହରି ଶୟନ ଉଥାନ ଏକାଦଶୀ ।

ସେହିପରି ପଞ୍ଚୁକରେ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପିଠ ମଧ୍ୟ ଖାଁ ଖାଁ । କରୋନା ମହାମାରୀ ଯୋଗୁଁ ୧୪୪ ଧାରା ଜାରି କରିଛନ୍ତି ପ୍ରଶାସନ । ମନ୍ଦିର ପରିସରରେ ପୁଲିସ ଫୋର୍ସ ମୁତୟନ ହୋଇଛି ।

Comments are closed.