Latest Odisha News

BREAKING NEWS

ବର୍ଷର ଶେଷ ଦିନରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ପୁରୀ: ଆଜି ୨୦୨୨ର ଶେଷ ଦିନ । ପୁରୀ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତ ପୁରୀକୁ ଛୁଟିଆସିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଲମ୍ୱା ଲାଇନ ଲଗାଇଛନ୍ତି । ମହାପ୍ରଭୁ ଡାକରେ ଉଛୁଳି ପଡୁଛି ସିଂହଦ୍ୱାର ।

BjdElectrycity

ଶ୍ରୀମନ୍ଦିରରେ ଅବକାଶ ଓ ପହିଲି ନୀତି ସରିଛି । ଶ୍ରଦ୍ଧାଳୁଙ୍କ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବାକୁ ବ୍ୟଗ୍ର ହୋଇଉଠିଛନ୍ତି । ବର୍ଷର ଶେଷ ଦିନକୁ ପ୍ରଭୁଙ୍କ ସକାଶେ ସମର୍ପିତ କରିବାର ଆଗ୍ରହ । ଧାଡିକୁ ଧାଡି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ଶାନ୍ତିଶୃଙ୍ଖଳାର ସହିତ ମହାବାହୁଙ୍କ ଦର୍ଶନ କରୁଛନ୍ତି ।

ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଡାକବାଡି ଯନ୍ତ୍ର ସାହାଯ୍ୟରେ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି । ସେହିପରି ପୂରା ପୁରୀ ସହରରେ ମଧ୍ୟ ଟ୍ରାଫିକ ନିୟମକୁ କଡାକଡ଼ି କରାଯାଇଛି । ଅନେକ ସ୍ଥାନରେ ପୋଲିସ ଉପସ୍ଥିତ ରହି ଗାଡ଼ି ଚଳାଚଳରେ ସମସ୍ୟାକୁ ଏଡାଇବା ପାଇଁ ଚଞ୍ଚଳ ହୋଇଉଠିଛି ।

 

Leave A Reply

Your email address will not be published.