Latest Odisha News

BREAKING NEWS

ଧରାବତରଣ କରିବେ ବିଘ୍ନ ବିନାଶକ, ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

ନବରଙ୍ଗପୁର: ଆଉ ଦିନକପରେ ଦୁଲୁକିବ ପୂଜା ମଣ୍ଡପ। ଧରାବତରଣ କରିବେ ବିଘ୍ନ ବିନାଶକ । ସବୁବର୍ଷ ପରି ଏଥର ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୂଜାପାଇଁ ନବରଙ୍ଗପୁର ସହର ହୋଇଉଠିଛି ଚଳଚଞ୍ଚଳ l ନବରଙ୍ଗପୁରର ବିଭିନ୍ନ ଶିକ୍ଷାନୁଷ୍ଠାନ,ପୂଜାମଣ୍ଡପ ସହ ବିଭିନ୍ନ ସ୍ଥାନରେ ପୂଜାପାଇବେ ଗଜାନନ l ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି l ଚାହିଦା ଅନୁସାରେ ମୂର୍ତ୍ତି କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରି ସାରିଲେଣି ଏବେ ରଙ୍ଗଦିଆ ଚାଲିଛି l ତେବେ ବିଗତବର୍ଷ ତୁଳନାରେ ଚଳିତବର୍ଷ ମାଟିରେ ନିର୍ମିତ ଶ୍ରୀଗଣେଶଙ୍କ ମୂର୍ତ୍ତିର ଭଲ ଡିମାଣ୍ଡ ରହିଥିବାରୁ ଭଲ ଦି’ପଇସା ରୋଜଗାର ହେବବୋଲି ଆଶା ରଖିଛନ୍ତି କାରିଗର l

ନବରଙ୍ଗପୁରରେ ତିଆରି ମୂର୍ତ୍ତିର ଚାହିଦା ଆଖପାଖ ଅଞ୍ଚଳରେ ଥିବା ଗାଁ ଗୁଡିକରେ ରହିଥିବାରୁ ମାସକ ପୂର୍ବରୁ ମୂର୍ତ୍ତି କାରିଗର ମାନେ ପୂଜାମଣ୍ଡପ ଗୁଡିକର ଡିମାଣ୍ଡ ଅନୁସାରେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଦେଇଥିଲେ l ଦୁଇଶହ ଟଙ୍କାରୁ ଆରମ୍ଭକରି ଚାଳିଶି ହଜାର ଟଙ୍କା ପର୍ଯ୍ୟନ୍ତର ଗଣେଷଙ୍କମୂର୍ତ୍ତି ବିକ୍ରିପାଇଁ ରହିଛି l ସେପଟେ ବିଭିନ୍ନ ସାହିରେ ପୂଜାମେଢ଼ ସାଜସଜ୍ଜା ଆରମ୍ଭ ହୋଇସାରିଲାଣି, ମୂର୍ତ୍ତିଠୁ ଆରମ୍ଭକରି ପୂଜାମେଢ଼ ନିର୍ମାଣ ପର୍ଯ୍ୟନ୍ତ କିଭଳି ଆକର୍ଷଣୀୟ ହୋଇପାରିବ ସେନେଇ ପୂଜାକମିଟି ଗୁଡିକ ତତ୍ପର ହୋଇଉଠିଛନ୍ତି l ଚଳିତବର୍ଷ ସମସ୍ତଙ୍କ ଠାରୁ ସେମାନଙ୍କର କିଭଳି ପ୍ରଶଂସା ଲାଭ କରିବ, ଅଧିକ ଭକ୍ତ ଦର୍ଶନପାଇଁ ଆସିବେ ଏହାକୁ ନେଇ ଗୋଟିଏ ପ୍ରକାର ପ୍ରତିଯୋଗିତାର ଭାବନାର ସହ କାର୍ଯ୍ୟକରୁଛନ୍ତି ପୂଜାକମିଟିର ସଦସ୍ୟ l ତେବେ ଗଣେଷ ପୂଜା ଦିନ ଯଦି ବର୍ଷା ନହୁଏ ତେବେ ଚଳିତବର୍ଷ ଭକ୍ତଙ୍କ ଭଲ ଭିଡ଼ ଜମିବ ଏବଂ ପୂଜା ମଧ୍ୟ ଯାକଜମକରେ ପୂଜା ଅନୁଷ୍ଠିତ ହେବ ବୋଲି ଆଶା ରଖିଛନ୍ତି ପୂଜା କମିଟି l

Comments are closed.