Latest Odisha News

BREAKING NEWS

ବିଷ୍ଣୁଙ୍କ ଶେଷ କବିତା !

ଭୁବନେଶ୍ୱର :  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ । ସେଥିପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଥାଏ ।ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଥିବାରୁ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନଥାଏ  ।

ସେଥିପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରସ୍ତାବ ଦେଇଥିଲେ ଯେ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ରାଷ୍ଟ୍ରପତି ଭବନକୁ ଯାଇ ବ୍ୟକ୍ତିଗତ ଭାବେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବେ  । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ରାଷ୍ଟ୍ରପତି ଭବନକୁ ଯାଇ  ମହାମହିମ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବାର ବ୍ୟବସ୍ଥା କରାଯାଇ ଥିଲା  ।

ବାଚସ୍ପତିଙ୍କ ନେତୃତ୍ବରେ ୨୪ ଜଣିଆ ବିଧାୟକ ଦଳ ଦିଲ୍ଲୀ ଯାଇଥିଲେ । ଏହି ଟିମରେ ବିଜେଡିର ୧୫, ବିଜେପିର ୬, କଂଗ୍ରେସର ୩ ଓ ସିପିଆଇଏମର ଜଣେ ବିଧାୟକ ସାମିଲ ହୋଇଥିଲେ  ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇଥିଲେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଥିଲେ ବିଧାୟକ । ଏହାସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ, ରୁପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ବରୂପ ଦିଆଯାଇଥିଲା ।

ହେଲେ ସେହି ବିଧାୟକ ମାନଙ୍କ ମଧ୍ୟରୁ ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ କିଛି ଭିନ୍ନ ଧରଣର ଉପହାର ଦେଇଥିଲେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ  । ସେହି ଉପହାରଟି ଥିଲା  ଏକ କବିତା , ଯାହାର ଶୀର୍ଷକ ଥିଲା ‘ ଦ୍ରୌପଦୀ ‘ । ଏହି କବିତାଟିକୁ ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଆବୃତ୍ତି କରିଥିଲେ । ଯାହା ରାଷ୍ଟ୍ରପତିଙ୍କ ପାଇଁ ଶ୍ରେଷ୍ଠ ଉପହାର ବୋଲି କମିଟିର ସଦସ୍ୟ ମାନେ କହିଥିଲେ।

ମହାଭାରତ ସମୟରେ ପାଣ୍ଡବ ମାନଙ୍କ ସହ ଦ୍ରୌପଦୀ ଅଜ୍ଞାତ ବାସରେ ରହିଥିଲେ, ସେହି ସମୟରେ ଦ୍ରୌପଦୀଙ୍କର ସଂଘର୍ସ ଜୀବନ ସହ ବର୍ତ୍ତମାନ ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷ ଜୀବନ କୁ ତୁଳନା କରି କବିତା ମାଧ୍ୟମରେ ଉପସ୍ଥାପନ କରିଥିଲେ ବିଷ୍ଣୁ ସେଠୀ  । ଅଜ୍ଞାତ ବାସ ସମୟରେ ପାଣ୍ଡବ ମାନେ ଯେଉଁ ସବୁ ସ୍ଥାନରେ ରହୁଥିଲେ ସେହି ସ୍ଥାନ ମଧ୍ୟରୁ ବର୍ତ୍ତମାନର ମୟୂରଭଞ୍ଜ ଜିଲ୍ଳାର କିଛି ଅଞ୍ଚଳରେ ରହିଥିଲେ ବୋଲି ପୌରାଣିକ ପ୍ରମାଣ ମିଳେ  ।  ସେହି ଘଟଣା ସହ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷ ଜୀବନ ଓ ମହାଭାରତ ସମୟରେ ଅଜ୍ଞାତ ବାସରେ ବର୍ତ୍ତମାନର ମୟୁରଭଞ୍ଜ ଜିଲ୍ଲାକୁ ତୁଳନା କରି କବିତା ମାଧ୍ୟମରେ ଉପସ୍ଥାପନ କରିଥିଲେ ବିଷ୍ଣୁ ସେଠୀ  ।

ଶରୀର ଅସୁସ୍ଥତା ସତ୍ତ୍ୱେ ସାମ୍ବାଦିକା ମାନଙ୍କ ଅନୁରୋଧରେ ଏହି କବିତାର କିଛି ପଦ ଆବୃତି କରିଥିଲେ ସେ ।  ତାର କିଛି ଦିନ ପରେ ଶରୀରର ଅସୁସ୍ଥତା ବୃଦ୍ଧି ହେବାରୁ AIIMS ରେ ରହି ଚିକିତ୍ସିତ ହେଉଥିଲେ। ଏହା ବୋଧେ ବିଷ୍ଣୁ ସେଠୀଙ୍କର ଶେଷ କବିତା ହୋଇଥାଇ ପାରେ!

ସର୍ବଦା ସାରସତ୍ୱ ସାଧକ ଉପରେ ବଞ୍ଚିବାକୁ ଚାହୁଁଥିବା ଜଣେ ଆଗଧାଡିର ନେତା ହେଉଛନ୍ତି ବିଷ୍ଣୁ ସେଠୀ । ଦୁଇ ଦୁଇଥର ବିଧାୟକ । ରାଜନୀତିକୁ ଛାଡି ଦେଲେ ଏକାଧାରରେ ସେ ଜଣେ ସାହିତ୍ୟିକ,ସାମ୍ବାଦିକ,ସମ୍ପାଦକ,ସମାଲୋଚକ ଆଦି ଅନେକ । କବିତା  ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରନ୍ତି  । ତାସହ ରାଜନୈତିକ ଜୀବନ ପରେ ସେ ସାହିତ୍ୟି ଓ କବିତା ସହ ଜୀବନ ବିତାଉଥିଲେ  । ସେ ଅନେକ ଥର କହିଛନ୍ତି  ଯଦି କବିତା ନଲେଖେ ନିଦ ହୋଇନଥାଏ। ସବୁ ଦିନ ସାରସ୍ୱତ ସାଧନା କରି ଶୟନ କରୁଥିବା ବିଷ୍ଣୁ ସେଠୀ ଆଜି ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଯାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ‘ ଦ୍ରୌପଦୀ ‘ କବିତା ଉପହାର ଦେବା ପରେ ସେ ଅନ୍ୟ କିଛି କବିତା ପ୍ରକାଶ କରିଥିବାର ସୂଚନା ମିଳିନାହିଁ   । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା କିଛି ଦିନ ପରେ ତାଙ୍କ ଶରୀରର ଅସୁସ୍ଥତା ବୃଦ୍ଧି ପାଇଥିଲା ସେଥିପାଇଁ ସେ AIIMS ରେ ରହି ଚିକିତ୍ସିତ ହେଉଥିଲେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ପରଲୋକ ଘଟିଛି। ଏଥିପାଇଁ ଏହି କବିତା ବୋଧ ହୁଏ ବିଷ୍ଣୁ ସେଠୀଙ୍କର ଶେଷ କବିତା ହୋଇଥାଇ ପାରେ!

ବିଷ୍ଣୁ ସେଠୀଙ୍କର ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ସର୍ବଦା ସାରସତ୍ୱ ସାଧକ ଉପରେ ବଞ୍ଚିବାକୁ ଚାହୁଁଥିବା ଜଣେ ଆଗଧାଡିର ନେତା ହେଉଛନ୍ତି ବିଷ୍ଣୁ ସେଠୀ । ଦୁଇ ଦୁଇଥର ବିଧାୟକ । ରାଜନୀତିକୁ ଛାଡି ଦେଲେ ଏକାଧାରରେ ସେ ଜଣେ ସାହିତ୍ୟିକ,ସାମ୍ବାଦିକ,ସମ୍ପାଦକ,ସମାଲୋଚକ ଆଦି ଅନେକ । ତାଙ୍କ ଅନୁପସ୍ଥିତି ସାରା ରାଜ୍ୟ ସହ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି  ।

Leave A Reply

Your email address will not be published.