Latest Odisha News

BREAKING NEWS

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ପୁରୀ: ପଞ୍ଚଭୂତରେ ଲୀନ ହୋଇଛି ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ରଙ୍କର ମର ଶରୀର । ରାଜ୍ୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ଆଜି ସମ୍ପନ୍ନ ହୋଇଛି ତାଙ୍କ ଶେଷ କୃତ୍ୟ । ରବିବାର ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ବିଜୟ ମିଶ୍ରଙ୍କୁ ନାଟ୍ୟ ଜଗତରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଏବଂ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ଜୀବନ ବ୍ୟାପୀ ଅବଦାନ ପାଇଁ ସମ୍ମାନଜକ ଜୟଦେବ ପୁରସ୍କାର ମଧ୍ୟ ସେ ପାଇଥିଲେ ।

ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା ଥିଲେ ବିଜୟ ମିଶ୍ର । ବିଜୟ ମିଶ୍ରଙ୍କ ପ୍ରସିଦ୍ଧ ନାଟକ ‘ତଟ ନିରଂଜନା’ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି ।

ସେ ଜଣେ ଓଡ଼ିଆ ମଂଚ ଓ ଚଳଚ୍ଚିତ୍ର ନାଟ୍ୟକାର ଭାବେ ବେଶ୍ ପରିଚିତ ଥିଲେ । ବିଜୟ ମିଶ୍ର ଏଯାବତ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିସାରିଛନ୍ତି ।

ବିଜୟଙ୍କ ଦେହାନ୍ତ ରାଜ୍ୟ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି।

Comments are closed.