Latest Odisha News

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ସ୍ଥିତ ଲୋଦିରୋଡ୍‌‌ ଶ୍ମଶାନ ଘାଟରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଗୀତାଙ୍କ ପୁଅ ଆଦିତ୍ୟ ସିଂ ମେହେଟ୍ଟା ମୁଖାଗ୍ନି ଦେଇଛନ୍ତି ।

ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଅନଙ୍ଗ ଉଦୟ ସିଂଦେଓ, ବୈଜୟନ୍ତ ପଣ୍ଡା, ସାଂସଦ ପିନାକୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅନ୍ୟ ଆତ୍ମୀୟ ସ୍ୱଜନ ସେଠାରେ ଉପସ୍ଥିତ ଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗୀତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଶେଷ ଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗୀତା ମେହେଟ୍ଟା ୧୯୪୩ ମସିହାରେ ନୂଆଦିଲ୍ଲୀରେ ସେ ଜନ୍ମଗ୍ରହଣ କରିଥିଲେ  । ସେ ହେଉଛନ୍ତି ପୂବର୍ତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କର କନ୍ୟା । ଗତ କିଛି ଦିନ ହେଲା ଗୀତାଙ୍କ ଦେହ ଅସୁସ୍ଥ ରହୁଥିବାବେଳେ ଶୁକ୍ରବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ପରଲୋକ ଘଟିଥିଲା । ଗୀତା ଏକାଧାରାରେ ଥିଲେ ଜଣେ ଲେଖିକା, ସାମ୍ବାଦିକା ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ।  ବ୍ରିଟେନର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ  । ଆମେରିକାର ଖ୍ୟାତି ସମ୍ପର୍ଣ୍ଣ ପ୍ରକାଶକ ସ୍ବର୍ଗତଃ ସୋନି ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ  ।

Comments are closed.